ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କ କନ୍ଧମାଳ ଜିଲ୍ଲା ପ୍ରବାସ କାର୍ଯ୍ୟକ୍ରମ ଓ ଜିଲ୍ଲା କାର୍ଯ୍ୟକର୍ତା ବୈଠକ
କ. ନୂଆଗାଁ,୭/୯- ଆଜି ଭାରତୀୟ ଜନତା ଦଳ ତରଫରୁ ଏକ ଜିଲ୍ଲା କାର୍ଯ୍ୟକର୍ତା ବୈଠକ ସାରଙ୍ଗଡସ୍ଥିତ ମା ମଙ୍ଗଳା କଲ୍ୟାଣୀ ମଣ୍ଡପ ସଭାଗୃରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତ ସିଂହାର, ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ମୋର୍ଚ୍ଚା ପଦାଧିକାରୀ, ଜିଲ୍ଲା ପଦାଧିକାରୀ ମୋର୍ଚ୍ଚା ସଭାପତି, ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ରାମବିଶି ଦିଗାଲ, ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ, ତତ ସହିତ କନ୍ଧମାଳ ଜିଲ୍ଲା ର ଏକୋଇଶି ମଣ୍ଡଳର ସମସ୍ତ ସଭାପତି ଓ ସାଧାରଣ ସମ୍ପାଦକ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତ ସିଂହାର, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ସାହୁ ସମସ୍ତ କର୍ମୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ରଖିଥିଲେ । ଭାରତୀୟ ଜନତା ଦଳ କିପରି ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାସହ ଆସନ୍ତା ନିର୍ବାଚନରେ ବାଜିମାତ କରିବ ବିଷୟରେ ବୁଝାଇଥିଲେ ।
ଆଗାମୀ ନିର୍ବାଚନରେ ଦଳ କିପରି ଶାସନକୁ ଆସିବ ଓ ତାର ରଣନୀତି କଣ ରହିବ, ଲୋକଙ୍କୁ କିପରି ସୁଶାସନ ମିଳିପାରିବ ସେହି ବିଷୟରେ ବୁଝାଇବା ସହ ବର୍ତମାନର ଅପାରଗ ବିଜେଡି ଶାସନ ଉପରେ ଖୁବ ବର୍ଷୀଥିଲେ । ସାରଙ୍ଗଡ ଠାରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକର୍ତା ବୈଠକରେ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ସାହୁ, ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତ ସିଂହାର ଙ୍କ ଉପସ୍ଥିତି ରେ ପୂର୍ବତନ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନ ଙ୍କ ସାନ ଭାଇ ରଜନୀକାନ୍ତ ପ୍ରଧାନ ଓ ତାଙ୍କ ଶତାଧିକ ସହ କର୍ମୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ସୁଶାସନ ରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗଦାନ କରିଥିଲେ । ବିଜେପିରେ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ସାହୁ ଏବଂ ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତ ସିଂହାର ଅଭିନନ୍ଦନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।