କାଦପଡା ରାମଲୀଳା ଯାତ୍ରା; ସୀତାଚୋରି ଓ ବାଳୀ ବଧ ମଞ୍ଚସ୍ଥ

0 198

କିଆକଟା: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଗ୍ରାମରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାମଲୀଳା ଯାତ୍ରା ଧୂମଧାମରେ ଚାଲିଛି । ଗତକାଲି ପଞ୍ଚମ ସଂଧ୍ୟାରେ ରାଘୁନାଥ ଜୀଉ ନାଟ୍ୟ ସଂସଦର ଛୋଟବଡ କଳାକାରମାନଙ୍କୁ ନେଇ ସୀତାଚୋରି ଓ ବାଳୀବଧ ନାଟକ ମଞ୍ଚସ୍ଥ ହୋଇଯାଇଛି । ଏଥିରେ ରାମ ଭୂମିକାରେ ପ୍ରଭାତ ଘିବେଲା ଅଭିନୟ କରିଥିବା ବେଳେ ସୀତା ଭୂମିକାରେ ସ୍ୱଦେଶ ପ୍ରଧାନ, ଲକ୍ଷ୍ମଣ-ପ୍ରମୋଦ ପ୍ରଧାନ, ରାବଣ-କନିଷ୍ଠ ଦେହୁରୀ, ବାଳୀ- ତାପସ ପ୍ରଧାନ, ସୁଗ୍ରୀବ-ରାଜେଶ ସାହୁ ପ୍ରମୁଖ ଅଭିନୟ କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୩୦ ତାରିଖରେ ରାମ ନବମୀ ଯାତ୍ରା ପାଇଁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପୂଜାକାର୍ଯ୍ୟ ଆରମ୍ଭ କରାଯାଇ ରାମଲୀଳା ଯାତ୍ରାର ଶୁଭାରମ୍ଭ ହୋଇଥିଲା । ପୂଜାରେ କର୍ତ୍ତା ଭାବେ ବଶିଷ୍ଠ ଦେହୁରୀ ଦାୟିତ୍ୱ ତୁଲାଉଥିବା ବେଳେ ପୂଜକ ଭାବେ ହରିହର ପାଢୀ ସମସ୍ତ ନୀତିକାନ୍ତି କରୁଛନ୍ତି ।

hiring

ପ୍ରଥମ ଦିନ ଗୁରୁବାର ହୋଇଥିବାରୁ ନାଟକ ମଞ୍ଚସ୍ଥ ହୋଇନଥିବା ବେଳେ ଦ୍ୱିତୀୟ ସଂଧ୍ୟାରେ ବର୍ଷା ବାଧକ ସାଜିଥିଲା । ତେବେ ତୃତୀୟ ସଂଧ୍ୟାରେ ରାମ ଜନ୍ମ, ରାବଣ ଦିଗବିଜୟ ସହ ସୀତା ବିବାହ ଅନୁଷ୍ଠିତ ହୋଇଥିଲା ।

ଚତୁର୍ଥ ସଂଧ୍ୟାରେ ରାମ ବନବାସ ନାଟକ ମଞ୍ଚସ୍ଥ ହୋଇଥିଲା । ଆସନ୍ତାକାଲି ରାବଣ ବଧ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି । ଯାତ୍ରାର ସମସ୍ତ କାର୍ଯ୍ୟକ୍ରମକୁ ସଭାପତି ବଶିଷ୍ଠ ଦେହୁରୀ, ସଂପାଦକ ଗଣେଶ୍ୱର ବେରିହା, କୋଷାଧ୍ୟକ୍ଷ ମିନିଷ ମହାନ୍ତି, ଉପଦେଷ୍ଠା ଶେଷଦେବ ପ୍ରଧାନଙ୍କ ସମେତ ଗ୍ରାମର ୧୦ ଘରିଆ ପରିଚାଳନା କମିଟିର ସଦସ୍ୟମାନେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

3 × two =