କଳାହାଣ୍ଡି ଜିଲ୍ଲା ସରପଞ୍ଚ ମହାସଂଘ ଗଠିତ

0 116

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ହୋଟେଲ ରୋୟାଲ ମିଡ ଟାଉନ୍‌ କନଫରେନ୍ସ ହଲରେ କଳାହାଣ୍ଡି ଜିଲ୍ଲା ସରପଞ୍ଚ ମହାସଂଘ ଗଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲାର ୧୩ ଗୋଟି ବ୍ଲକର ସରପଞ୍ଚ ବ୍ଲକ ସଭାପତି ମାନେ କେସିଙ୍ଗା ବ୍ଲକ ସରପଞ୍ଚ ସଂଘ ସଭାପତି ସୁବୋଧ ରଣାଙ୍କୁ ସର୍ବ ସମ୍ମତି କ୍ରମେ ଜିଲ୍ଲା ସରପଞ୍ଚ ମହା ସଂଘ ସଭାପତି ମନୋନୀତ କରିଥିଲେ ଏବଂ ସଂପାଦକ ଭାବେ ଗୋବିନ୍ଦ ନାଏକ, ଉପ ସଭାପତି ଭାବେ ନକୁଳ ନାଏକ, ତାରା ଶଙ୍କର ରାୟ ଗୁରୁ ଓ କୋଷାଧ୍ୟକ୍ଷ ଭାବେ ରୋମାଞ୍ଚଳ ସାହୁଙ୍କୁ ମନୋନୀତ କରାଯାଇଥିଲା । ମୁଖ୍ୟ ଉପଦେଷ୍ଟା ମଣ୍ଡଳୀ ଭାବେ ଗଣେଶ ପଣ୍ଡା, ହାତୀ ରାମ ଦୁର୍ଗା ତଥା ଜିଲ୍ଲାର ସବୁବ୍ଲକର ସଭାପତି ମାନେ ରହିଛନ୍ତି । ମନୋନୀତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ବୈଠକରେ ସରପଞ୍ଚ ମାନଙ୍କ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ଆଗକୁ କିପରି କାର୍ଯ୍ୟକ୍ରମ କରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

hiranchal ad1
Leave A Reply

Your email address will not be published.

three × 1 =