ଖରାଦିନ ସରିଗଲା କିନ୍ତୁ କାମରେ ଆସିଲାନି ପାଣି ଟାଙ୍କି

0 267

ବୌଦ୍ଧ,୨୮/୬(ହୀ.ପ୍ର)- ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଞ୍ଚାୟତର ଗିରାସିଙ୍ଗା ଗ୍ରାମରେ ଥିବା ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ଲୋକଙ୍କ କୌଣସି କାମରେ ଆସିଲାନାହିଁ । ଖରାଦିନ ସରିଗଲା ହେଲେ ପାଣିପାଇଁ ଡହଳବିକଳ ହେଉଥିବା ଗିରାସିଙ୍ଗାବାସୀଙ୍କ କଥା ପ୍ରଶାସନର କାନରେ ପଶିଲା ନାହିଁ । ୨୦୧୨-୧୩ ମସିହାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇସାରିଥିଲେ ମଧ୍ୟ ଲୋକଙ୍କ ଜଳକଷ୍ଟ ଦୂର କରିବାକୁ ସକ୍ଷମ ହୋଇପାରିନାହିଁ । ପ୍ରତିବର୍ଷ ମରାମତି ନାମରେ ଅନେକ ଅର୍ଥ ବ୍ୟୟ ହୋଇ ମଧ୍ୟ ସଚଳ ହେଉନଥିବାରୁ ଗ୍ରାମରେ ଜନଅସନ୍ତୋଷ ଦେଖାଦେଉଛି । ଟ୍ରାନ୍ସଫର୍ମର ଲାଗିଛି ହେଲେ ବୈଷୟିକ ତୃଟି ଯୋଗୁଁ ମାତ୍ର ଗୋଟିଏ ଫେଜରେ କରେଣ୍ଟ ଆସୁଥିବାରୁ ଓଭରହେଡ ଟାଙ୍କିକୁ ପାଣି ଉଠାଇବାକୁ ଥିବା ମୋଟର ଚାଲିପାରୁନଥିବା କୁହାଯାଉଛି । ଏହ ିପ୍ରକଳ୍ପରୁ କୌଣସି ଘରକୁ ଗତ ୮ବର୍ଷ ମଧ୍ୟରେ ପାନୀୟଜଳ ସଂଯୋଗ ମଧ୍ୟ ଦିଆଯାଇପାରିନାହିଁ । ନିମ୍ନମାନର ପାଇପ ବ୍ୟବହାର ଯୋଗୁଁ ଅନେକ ସ୍ଥାନରେ ପାଇପ ଫାଟି ସାରିଲାଣି । ଗ୍ରାମରେ ଦିଆଯାଇଥିବା ପବ୍ଲିକ ଷ୍ଟାଣ୍ଡପୋଷ୍ଟ ଗୁଡିକ ନିମ୍ନମାନର ସରଞ୍ଜାମ ବ୍ୟବହାର ଯୋଗୁଁ ଭାଙ୍ଗିବସିଲାଣି ।

ଗ୍ରାମ ପଞ୍ଚାୟତ ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ଉକ୍ତ ପ୍ରକଳ୍ପ ସଂପର୍କରେ ଦୃଷ୍ଟିଦେବାକୁ ଜନସାଧାରଣରେ ଦାବି ହେଉଛି ।

hiring

hiranchal ad1
Leave A Reply

Your email address will not be published.

two × five =