ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ଦୁଇ ଉପାନ୍ତ ବ୍ଲକ କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକ୍ ଗସ୍ତ କରି ଅଞ୍ଚଳର ସମସ୍ୟା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ । ପ୍ରଥମେ କୋଟଗଡ଼ ବ୍ଲକ୍ ପରିଦର୍ଶନରେ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କ ସହ ଅଞ୍ଚଳର ସୁବିଧା ଓ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହାପରେ ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନରେ ଯାଇ ସେଠାରେ ଥିବା ବିଭିନ୍ନ ସମସ୍ୟା ଉପରେ ଡାକ୍ତରଖାନା ଅଧିକାରୀ ଡାକ୍ତର ଅଭିଷେକ ନାୟକଙ୍କ ସହ ଆଲୋଚନା କରିଥିଲେ । ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନେକ ସମସ୍ୟା ତ ରହିଛି ହେଲେ, ଅନ୍ୟ ଏକ ସମସ୍ୟା ଯାହାକି ଶବ ବ୍ୟବଚ୍ଛେଦ ଗୃହକୁ ଯିବା ରାସ୍ତା ନାହିଁ । ସୂଚନା ପ୍ରକାରେ ପୂର୍ବତନ ତୁମୁଡ଼ିବନ୍ଧ ବିଡିଓ ଶ୍ରୀମତୀ ରୀନା ପ୍ରଧାନ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେହି କାର୍ଯ୍ୟ କରିବା ପାଇଁ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଇଥିଲେ । କିନ୍ତୁ ତାହା ଏଯାବତ୍ ସମ୍ଭବ ହୋଇପାରିନଥିବା ବେଳେ ପୂର୍ବରୁ ଥିବା ଚଲା ରାସ୍ତାରେ ବାଲି, ମେଟାଲ୍ ଆଦି ଠିକାଦାର ଗଦେଇ ଦେଇଥିବା ଯୋଗୁଁ ଯାତାୟତରେ ଅଧିକ ଅସୁବିଧା ହେଉଛି । ଏଥିସହିତ ପୁରୁଷ ଓ ମହିଳା କର୍ମଚାରୀ ରହୁଥିବା ସରକାରୀ ବାସଗୃହ ମରାମତି, ଅନ୍ତଃ ବିଭାଗର ମରାମତି,ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଓ ସୁଚିକିତ୍ସା ପାଇଁ ସବୁ ସମୟରେ ଡାକ୍ତରଖାନରେ ବିଭାଗୀୟ ଡାକ୍ତର ରହୁନଥିବା ରୋଗୀଙ୍କ ସମ୍ପର୍କୀୟମାନଙ୍କ ଅଭିଯୋଗ, ଜରୁରୀକାଳୀନ ଚିକିତ୍ସା ଗୃହ ନଥିବାରୁ ଡ୍ୟୁଟିରେ ଥିବା ଡ଼ାକ୍ତର ଘରେ ରହୁଥିବା, ବର୍ଷା ହେଲେ ଡାକ୍ତରଖାନାର ସମସ୍ତ ୱାର୍ଡରେ ଛାତରୁ ପାଣି ଗଳିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିଷୟରେ ଡାକ୍ତର ଅଭିଷେକ ନାୟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମସ୍ତ ସମସ୍ୟା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ପାଇଁ ତୁମୁଡ଼ିବନ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ ଲଳିତ କୁମାର ସରେଙ୍ଗଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ।
ବର୍ତ୍ତମାନ ବର୍ଷା ଋତୁ ହୋଇଥିବାରୁ ବର୍ଷାରେ ଡାକ୍ତରଖାନାର ସବୁ ୱାର୍ଡରେ ପାଣି ଗଳୁଛି । ଫଳରେ ରୋଗୀ ଏବଂ କର୍ମଚାରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ତୁରନ୍ତ ଏହାର ସମାଧାନ କରିବାକୁ ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଡାକ୍ତରଖାନା ଅଧିକାରୀ ଡାକ୍ତର ଅଭିଷେକ ନାୟକ,ଡଃ.ଗୁରୁପଦ ମିଶ୍ର, ବିପିଏମ୍ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ।
Sign in
Sign in
Recover your password.
A password will be e-mailed to you.
Prev Post
ଆସିଲା ମେଡିକାଲ୍ ରିପୋର୍ଟ :
ଠିକ୍ ଅଛନ୍ତି ମନ୍ତ୍ରୀ ପାର୍ଥ ଚାଟାର୍ଜୀ,୧୪ଦିନିଆ ରିମାଣ୍ଡ ଆବେଦନ କଲା ଇଡି
Next Post