ଗଛରେ ପିଟିହେଲା ଭ୍ୟାନ : ଚାଲିଗଲା ୬ ଜଣଙ୍କ ଜୀବନ

0 44

କନ୍ଧମାଳ,୪/୨ : କନ୍ଧମାଳ ଜିଲ୍ଲାରେ ଆଜି ସକାଳୁ ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ପି-ଅପ ଭ୍ୟାନ ଗଛ ସହ ପିଟିହେବା ଫଳରେ ଏଥିରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଛି । ୧୫ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଥିବା ଜଣାପଡ଼ିଛି । କୋଟଗଡ଼ ଥାନା ଅନ୍ତର୍ଗତ କୁଟିବାଲି ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛି । ଆହତମାନଙ୍କୁ ବିଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଇଛି । ଯାତ୍ରୀମାନେ ଆଜି ସକାନେ ଏକ ବାହାଘର ଭୋଜି ଖାଇବା ପାଇଁ ସାଲକି ଗାଁରୁ ମର୍ଦାଙ୍ଗିକୁ ଆଉଥିବା ବେଳେ ଭ୍ୟାନଟି ଏକ ଅଣଓସାରିଆ ରାସ୍ତାରେ ଗଛ ସହ ପିଟିହୋଇ ଓଲଟି ପଡ଼ିଥିଲା । ଭ୍ୟାନ ଡାଲାରେ ୩୦ରୁ ୪୦ ମହିଳା ଥିଲେ । ଭ୍ୟାନଟି ଓଲଟିପଡ଼ିବା ପରେ ଯାତ୍ରୀମାନେ ଚାପିହୋଇଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ।

hiranchal ad1
Leave A Reply

Your email address will not be published.

15 − seven =