କନ୍ଧମାଳ ଜିଲ୍ଲାରେ ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନର ଉଦ୍ୟମ

0 76

ଫୁଲବାଣୀ : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଜିଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ । ଏନେଇ ଗୁରୁବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପ୍ରାକ ନିର୍ବାଚନ ପ୍ରସ୍ତୁତି ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ଜିଲାରେ ୧୬ ତାରିଖରୁ ୨୪ ତାରିଖମଧ୍ୟରେ ୫ଟି ପ୍ରର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଜିଲାରେ ସମୁଦାୟ ୪ଲକ୍ଷ ୯୧ହଜ଼ାର ୭୬, ଜଣ ଭୋଟର ଅଛନ୍ତି । ଏଥିରୁ ପୁରୁଷ ଭୋଟର ୨ଲକ୍ଷ ୩୮ ହଜ଼ାର ୨୦୩ ଥିବାବେଳେ ମହିଳା ଭୋଟର ୨ ଲକ୍ଷ ୫୨ ହଜ଼ାର ୮୭୩ ଜଣ ଥିବା କହିଥିଲେ । ଜିଲାରେ ମୋଟ ୨୩୨୨ଟି ବୁଥ ପାଇଁ .୩୭୦୫ ଜଣ ପୋଲିଙ୍ଗ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୮ଟି ବୁଥକୁ ନେଇ ଗୋଟିଏ ଗୋଟିଏ ଜଣେ ଜଣେ ସେକ୍ଟର ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ ।୧୨ଟି ବ୍ଲକ ରେ ୨୪ଟି ମହିଳାମାନଙ୍କ ପାଇଁ ପ୍ରତି ବ୍ଲକ ସଦର ମହକୁମାରେ ଦୁଇଟି ଲେଖାଏଁ ପିଙ୍କ ଭୋଟ ଗ୍ରହଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । କେବଳ ମହିଳା କର୍ମଚାରୀମାନଙ୍କୁ ଏଥିରେ ନିଯୁକ୍ତି ଦିଆଯିବ । ଏଥର ଭୋଟ ଗ୍ରହଣର ଦୁଇ ଦିନ ପୂର୍ବରୁ ଅର୍ଥାତ ୧୪ ତାରିଖ ସକାଳୁ ପୋଲିଙ୍ଗ କର୍ମଚାରୀମାନେ ବସ ଯୋଗେ ଜିଲା ପାଳଙ୍କ ଅଫିସ ସମୁଖରୁ ବାହାରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ଜିଲପାଳ ଶ୍ରୀ ସାହୁ କହିଛନ୍ତି । ଜିଲାରେ ଜଣେ ସରପଞ୍ଚ ଓ ୮ଜଣ ସମିତି ସଭ୍ୟ ନିଦ୍ୱର୍ନ୍ଦରେ ରେ ନିର୍ବାଚିତ ହୋଇଛନ୍ତି ।
ସେହିପରି ୨୩୨୨ ୱାର୍ଡସଭ୍ୟ ମଧ୍ୟରୁ ୧୬୧୪ଜଣ ନିଦ୍ୱର୍୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ୨୪୪ଟି ୱାର୍ଡରେ ନାମାଙ୍କନ ପତ୍ର ଦାଖଲ ହୋଇନ ଥିବା ଜଣାପଡିଛି ।
ଜିଲ୍ଲାରେ ପ୍ରଥମ ପ୍ରର୍ଯ୍ୟାୟ ୧୬ରେ ବାଲିଗୁଡା ଓ କ ନୂଆ ଗାଁ ବ୍ଲକରେ ଦ୍ୱିତୀୟ ପ୍ରର୍ଯ୍ୟାୟ ୧୮ରେ କୋଟଗଡ଼ ଓତୁମୁଡିବନ୍ଧ ବ୍ଲକ, ତୃତୀୟ ପର୍ଯ୍ୟାୟ ୨୦ ତାରିଖରେ ଫୁଲବାଣୀ, ଖଜୁରୀପଡା, ଫିରିଙ୍ଗିଆ, ଚତୁର୍ଥ ପ୍ରର୍ଯ୍ୟାୟ ୨୨ରେ ଜିଉଦୟଗିରି, ଟିକାବାଲି ଓ ଚକାପାଦ ପଞ୍ଚମ ପ୍ରର୍ଯ୍ୟାୟ ୨୪ରେ ଦାରିଙ୍ଗବାଡିଓ ରାଇକିଆ ବ୍ଲକ୍‌ରେ ନିର୍ବାଚନ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି । ସେହିପରି କନ୍ଧମାଳର ଅନେକ ଅଞ୍ଚଳ ମାଓପ୍ରବଣ ଅଞ୍ଚଳ ହୋଇଥିବା ଓ ମାଓବାଦୀ ମାନେ ସକ୍ରୀୟ ହୋଇଥିବାରୁ ସେ ସବୁ ଅତି ସମ୍ବେଦନଶୀଳ ଅଞ୍ଚଳ ବୁଥ ଚିହ୍ନଟ କରାଯାଇ ତା ଉପରେ ସଶସ୍ତ୍ର ପୋଲିସ ସତର୍କ ନଜର ରଖିବା ସହ ପେଟ୍ରୋଲିଂକୁ କଡ଼ାକଡ଼ି କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହରଣା ଓ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × four =