ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିରୁକୁଡି ଗ୍ରାମ ପଞ୍ଚାୟତର ଖଉମୁଣ୍ଡା ଛକରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଯାତ୍ରୀ ବିଶ୍ରାମାଗାର ଅର୍ଦ୍ଧ ନିର୍ମାଣ ହୋଇ ପଡିରହିଛି । ନିର୍ବାହୀ ଅଧିକାରୀ ପିରିକୁଡିଙ୍କୁ ପଚାରିବାରୁ ତାଙ୍କ ଜ୍ଞାତରେ ନାହିଁ କହୁଛନ୍ତି । ଯେଉଁ ସଂସ୍ଥା ବା ସରକାରୀ କର୍ମଚାରୀ ଏହି କାର୍ଯ୍ୟ ନିର୍ମାଣ କରି ରଖିଛନ୍ତି । ଏତେ ଦିନ ସରକାରୀ ଅର୍ଥ ଅପବ୍ୟବହାର କରାଯାଉଥିବାରୁ ଯାହା ନାମରେ କାର୍ଯ୍ୟାଦେଶ ଦିଆଯାଇଛି, ଯେଉଁ ଜେ.ଇ ଅଧା ବିଲ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ କ୍ରିମନାଲ କେସ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜାଗ୍ରତ କନ୍ଧମାଳ ସାମାଜିକ ସଂଗଠନର ସାଧାରଣ ସମ୍ପାଦକ,ଜିଲ୍ଲା ପ୍ରେସ କ୍ଲବର ଉପ ସଭାପତି ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା ଅଭିଯୋଗ ଆଣିଛନ୍ତି ।