କଣ୍ଟାବାଞ୍ଜି,୨/୧୦- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଗର୍ବ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ପରମ ପୂଜ୍ୟ ଲାଲବାହାଦୁରଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ପୂଜ୍ୟଙ୍କ ଫୋଟୋଚିତ୍ରରେ ଫୁଲମାଳା ଓ ଧୂପ ଅର୍ପଣ କରାଗଲା । ବ୍ରିଟିଶ ଶାସନ ବିରୁଦ୍ଧରେ ଅହିଂସାକୁ ଅସ୍ତ୍ର ରୂପେ ବ୍ୟବହାର କରି ଅସହଯୋଗ ଆନ୍ଦୋଳନ ମାଧ୍ୟମରେ ବ୍ରିଟିଶ ଶାସନ ଲାଚାର ହୋଇ ଭାରତ ଛାଡିବାକୁ ବାଧ୍ୟ ହୋଇଥିଲେ ସେଥିପାଇଁ ଅହିଂସା ମାର୍ଗ ଉପରେ ଆମେ ସମସ୍ତେ ଚାଲିବା ଓ ରାଷ୍ଟ୍ର ହିତ ପାଇଁ ଏକ ମତ ହୋଇ ଅଗ୍ରସର ରହିବାକୁ ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ ସମସ୍ତକୁ ଆହ୍ୱାନ କରିଥିଲେ ଓ ଦଳୀୟ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା କରିଥିଲେ ,୧୯୬୫ ମସିହରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ପାକିସ୍ତାନ ସରକାରଙ୍କ ଜୋରଜବର ପ୍ରୟାସକୁ ବିଫଳ କରିବାରେ ଅଦମ୍ୟ ସାହସର ପରିଚୟ ଦେଇଥିଲେ । ପଦରେ ରହିଲେ ସୁଦ୍ଧା ସରଳ ଜୀବନ ରହିଥିଲା ଶାସ୍ତ୍ରୀଜିଙ୍କ ଯାହା ମନୁଷ୍ୟ ଜାତିପାଇଁ ଗୋଟିଏ ଶିକ୍ଷା ରହିଛି । । ଏହି ଅବସର ରେ ଏସ ଜଗନ୍ନାଥ ରାଓ, ବିଜୟ ବଂଶଳ, ଶାଳିନୀ ଜୈନ, ସସ୍ମିତା ସିଂ ଶେଷଦେବ ପୁଟେଲ , ଅନୁପ ଜାଙ୍ଗଡା, ଶେଖ ଆମଜଦ, ତାହିଁର ଖାନ,ବିଷ୍ଣୁ ଜୁଏଡ଼, ଧୀରୁ ସାହୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।