ସରକାରୀ ସୁବିଧାରୁ ବଞ୍ଚିତ ଧାମନଡ଼ଙ୍ଗାବାସୀ

0 107

କଣ୍ଟାବାଞ୍ଜି,୭/୮- ସରକାର ଗରିବ ଜନସାଧାରଣଙ୍କ ପେଟକୁ ଆହାର ଲକ୍ଷ୍ୟରେ ଟଙ୍କିକିଆ ଚାଉଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । ସେହିପରି ମୁଣ୍ଡ ଗୁଞ୍ଜିବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଅଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଅନେକ ଉପକୃତ ହେଉଛନ୍ତି, କିନ୍ତୁ ଯୋଜନା କାର୍ଯ୍ୟକାରୀ ହେବା ସମୟରେ ତଳସ୍ତର ଅଧିକାରୀ ଓ ଲୋକପ୍ରତିନିଧି ଲୁଟ କାହାଣୀ ସଂପର୍କିତ ଖବର ବି କମ ନୁହେଁ । ଚଞ୍ଚକତା କରି ଅସାଧୁ କଂ ଦୟାରେ ହଡପ କରାଯାଇଛି । ଅନ୍ୟପଟେ ଗରିବ ଯୋଗ୍ୟ ବିଚରା ଏ ଯୋଜନାକୁ ଚାତକ ଭଳି ଚାହିଁ ରହୁଛି । ଦିନଦିନ ମାସମାସ ବର୍ଷବର୍ଷ ଗଡିଯାଉଛି ଆସୁଛି ତାଲିକା ପରେ ତାଲିକା କିନ୍ତୁ ସେଇ ସମାନ ଦଶା । ଏପରି ଅବହେଳାର ଶିକାର ହୋଇଥିବା ଅଭିଯୋଗ ଆସିଛି ତୁରୀକେଲା ବ୍ଲକ ଅନ୍ତର୍ଗତ ଧାମନଡ଼ଙ୍ଗା ଗାଁରୁ । ଲକ୍ଷାଧିକ ଟଙ୍କା ପକ୍କା ଘର ଦୂରେ ଥାଉ ରାସନ କାର୍ଡଟିଏ ପାଇଁ ବାରମ୍ବାର ପଂଚାୟତ ଓ ବ୍ଲକ ଧାଇଁ ଧାଇଁ ବିଭାଗୀୟ ବାବୁ ମାନଙ୍କ ଠାରେ ଏକାଧିକ ବାର ଆବେଦନ ଓ ଗୁହାରି କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳିଥିବା କୁହନ୍ତି କୁଳମଣି ନାଗ୍‌ । ନିକଟସ୍ଥ କଣ୍ଟାବାଞ୍ଜି ସହରରେ ସେ କାମ କରୁଥିଲେ ବର୍ତ୍ତମାନ କରୋନା କାରଣରୁ ସଟ ଡାଉନ ତ କେବେ ଲକ ଡାଉନ ହେତୁ ରୋଜଗାର କମିଛି । ସରକାର ଏ ସମୟରେ ଚାଉଳସହ ଡାଲି ଯୋଗାଇଛନ୍ତି, କିନ୍ତୁ ତାଙ୍କ ସହ ଗାଁରେ ଆଉ କିଛି ମଜୁରିଆ ଏହାର କୌଣସି ସୁଫଳ ପାଉନାହାନ୍ତି । ମାଟି କାନ୍ଥ ଉପରେ ପଲିଥିନ ଟାଣି ବିତୁଛି ଦିନ । ହିତାଧିକାରୀ ଚୟନ ମଧ୍ୟ ଠିକ୍‌ ଭାବେ ହେଉନଥିବା ଅଭିଯୋଗ କରିଛନ୍ତି ଗାଁର କ୍ଷୀର ସିନ୍ଧୁ ତାଣ୍ଡି, ପିତାମ୍ବର ନାଗ୍‌, ପଙ୍କଜ ତାଣ୍ଡି, ଜଗଦୀଶ ମହତ ଓ ଅନ୍ୟମାନେ । ତେଣୁ ଏହି ଧାମନଡଙ୍ଗା ଗ୍ରାମର ସରକାରୀ ସୁବିଧାରୁ ବଞ୍ଚିତ ପ୍ରକୃତ ହିତାଧିକାରୀଙ୍କୁ ଚୟନକରି ସେମାନଙ୍କୁ ସରକାରଙ୍କ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ଦାବି ହେଉଛି । ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଅନୁରୋଧ କରାଯାଉଛି ।

hiranchal ad1
Leave A Reply

Your email address will not be published.

eighteen − nine =