ବେହେରେନସିଲେଟ ମଦ ଭାଟି ହଟାଇବା ପ୍ରସଙ୍ଗ: ହାଇକୋର୍ଟରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ

0 84

କଣ୍ଟାବାଞ୍ଜି,୧୯/୮- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ ଅନ୍ତର୍ଗତ ବେହେରେନସିଲେଟ ଗାଁରେ ଥିବା ଦେଶି ମଦ ଭାଟି ହଟାଇବାକୁ ନେଇ ହାଇକୋର୍ଟରୁ ଆସିଲା ଗୁରତ୍ୱପୂର୍ଣ୍ଣ ରାୟ । ଆମ୍ବେଦକର ଯୁବକ ସଂଘ ପକ୍ଷରୁ ଏହି ମଦ ଭାଟି ଗାଁରୁ ହଟାଇବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ. ମୁରଲୀଧର ଓ ବିଚାରପତି ବି.ପି. ରାଉତରାଏଙ୍କ ମିଳିତ ଖଣ୍ଡପୀଠରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ୧୫ ନଭେମ୍ବର ସୁଦ୍ଧା ଏ ସଂପର୍କରେ ଆବେଦନକାରୀଙ୍କ ସହ ଆଲୋଚନା କରି ବିହିତ କାର୍ଯ୍ୟନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି । ମଦଭାଟି ଅବକାରୀ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଥିବା ବେଳେ ମଦ୍ୟପ ମାନଙ୍କ ଯୋଗୁ ଗାଁର ମହିଳାମାନେ, କଲେଜ ଛାତ୍ରଛାତ୍ରୀ ମାନେ ଏହି ରାସ୍ତାରେ ଗଲେ ନିଜକୁ ଅସୁରକ୍ଷିତ ମନେକରନ୍ତି । କେତେବେଳେ କୌଣସି ମଦ୍ୟପ ଅଶ୍ଳୀଳ ଭାଷା ପ୍ରୟୋଗ କରି ମହିଳା ମାନଙ୍କୁ ଅଭଦ୍ର କମେଣ୍ଟ କରୁଥିବା ମଧ୍ୟ ଅଭିଯୋଗ ହୋଇଥାଏ । ମଦ ଭାଟି ବନ୍ଦ ନେଇ ଅନେକ ଥର ପ୍ରଶାସନକୁ ଦାବି କରାଯାଇଛି । ତଥାପି ପ୍ରଶାସନ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହନ୍ତି ବରଂ ଅବକାରି ବିଭାଗ ଗାଁକୁ ଯାଇ ଆନ୍ଦୋଳନକାରୀ ମାନଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ କରାଯାଇଥିଲା । ଆମ୍ବେଦକର ଯୁବ ସଂଘ ରୋହନ ମହତ ଓ ସଂପାଦକ ମନୋଜ ତାଣ୍ଡି ଜନସ୍ୱାର୍ଥ ମାମଲା ଦାୟର କରିଥିବା ବେଳେ ହାଇକୋର୍ଟ ଓକଲ ଆଶିଷ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ ।

hiranchal ad1
Leave A Reply

Your email address will not be published.

fourteen − 13 =