ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କହିଲେ ମୋ କଲମରେ ଡେରି ହେବ ନାହିଁ

0 220

ଜଣ୍ଟାବାଞ୍ଜି : ମୋଦି ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତ କୋରାପୁଟ, ରାୟଗଡା, କଳାହାଣ୍ଡି ହୋଇ ୨୨ ତାରିଖ ଦିନ କଣ୍ଟାବାଞ୍ଜି ପହଞ୍ଚିଥିଲେ । ଏହି ଅବସରରେ ତାଙ୍କ ସାଙ୍ଗରେ ଥିଲେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂ ଦେବ, ପୂର୍ବତନ ପାଟଣାଗଡ ବିଧାୟକ ତଥା ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ । ସର୍ବ ପ୍ରଥମେ ଶ୍ରୀ ଖାଟୁଶ୍ୟାମ ବାବାଙ୍କ ଦର୍ଶନ ଲାଭ କରିଥିଲେ । ତା ପରେ ବିଜେପି ଶୋଭାଯାତ୍ରାରେ ସମ୍ମିଳିତହୋଇଥିଲେ । ହେମାଳ ସଂଘ କର୍ମକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଇନ୍ଦିରା ଛକରେ ଆୟୋଜିତ ସାଧରଣ ସଭାରେ କଣ୍ଟାବାଞ୍ଜି ମାଟିକୁ ଖୁବ ଭଲ ପାଏ । ଏହି ଅଞ୍ଚଳର ଉନ୍ନତି ଓ ସର୍ବଗୀନ ଉନ୍ନତି ପାଇଁ କୌଣସି ବି ପ୍ରୋଜେକ୍ଟରେ ମୋ କଲମରେ ଡେରି ହେବ ନାହିଁ କହି ଲୋକଙ୍କୁ ଆଶ୍ୱକ୍ତି ଦେଛଛନ୍ତି । ଖାଲି ପଡି ରହିଥିବା ଅବ୍ୟବହତ ରେଳ ଜମିରେ କୌଣସି କାରଖାନା ନିର୍ମାଣ କରିବା, କଣ୍ଟାବାଞ୍ଜି , ଟିଟିଲାଗଡ଼, ବଲାଙ୍ଗୀର ମଡେଲ ଷ୍ଟେସନ ନିର୍ମାଣ ସହ ଇସ୍ପାତ ଏକ୍ସପ୍ରେସକୁ କଣ୍ଟାବାଞ୍ଜି ଯାଏଁ ସମ୍ପ୍ରସାରଣ ଦାବିକୁ ରେଳମନ୍ତ୍ରୀ ସମ୍ମୁଖରେ ଦାବିକୁ ଉପସ୍ଥାପନ କରିଥିଲେ ସାଂସଦ ସଂଗୀତ ସିଂଦେଓ । ଏହି ସଭାରେ ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି, କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଲକ୍ଷ୍ମଣ ବାଗ, ନଗର ସଭାପତି ବେଦବ୍ୟାସ ନାଗ, ଘାସିରାମ ଜୈନ, ରାଜେଶ ଅଗ୍ରୱାଲ, ଉପସ୍ଥିତ ଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ମନ୍ତ୍ରୀକୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପୂର୍ବତନ ବିଧାୟକ ଆୟୁବ ଖାଁ କୋରାପୁଟରେ ନୂତନ ରେଳ ଡିଭିଜନ ସ୍ଥାପନ, ୱାଲଟିଅର ନୂତନ ପ୍ରତିଷ୍ଠାକୁ ନେଇ ଦାବିପତ୍ର ପ୍ରଦାନ କରିଥିଲେ । ଏଥି ସହ ବିଭିନ୍ନ ସଂଗଠନ ପକ୍ଷ ରୁ ଦାବିପତ୍ର ପ୍ରଦାନ କରା ଯାଇଥିଲା । ମନ୍ତ୍ରୀଙ୍କ ଗସ୍ତ ପୂର୍ବେ ବିରୋଧ ପ୍ରଦର୍ଶନ ଦୃଷ୍ଟିକୋଣରୁ ସୁରଥ ବେହେରା, ଅକ୍ଷୟ ଛୁରା, ସିପିଆଇ ଯୁବ ସଭାପତି କମଳ ଭୋଇକୁ ଥାନାରେ ଅଟକ ରଖାଯାଇଥିଲା ଓ ଗସ୍ତ ପରେ ଏମାନଂକୁ ଛାଡି ଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

20 − seventeen =