ବେଲଗାମ ଦରବୃଦ୍ଧିକୁ ନେଇ କଣ୍ଟାମାଳରେ ତାତିଲେ ମହିଳା ନେତ୍ରୀ

0 152

କଣ୍ଟାମାଳ,୧/୧୧ – ଦରବୃଦ୍ଧିକୁ ନେଇ ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳଠାରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ସଭାନେତ୍ରୀ ମମତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗ୍ୟାସ, ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଓ ଆଳୁ, ପିଆଜର ଅହେତୁକ ଦରବୃଦ୍ଧି ଖାଉଟୀଙ୍କୁ ଅତିଷ୍ଠ କରିଥିବା ବେଳେ କେନ୍ଦ୍ର ସରକାର ଦରବୃଦ୍ଧିକୁ ନେଇ ବେଫିକର ରହି ଦିନକୁ ଦିନ ଆହୁରି ବୃଦ୍ଧି କରୁଥିବା ବେଶ ଦୁର୍ଭାଗ୍ୟଜନକ ବୋଲି ଉପସ୍ଥିତ ମହିଳା ନେତ୍ରୀ ମାନେ କହିବା ସହ ଏହାକୁ ନେଇ ମା ମାନେ ରୋଷାଇ ଘର ଛାଡି ରାଜରାସ୍ତାକୁ ଆସିବାକୁ ବାଧ୍ୟ ହେବେ । ଅଛେ ଦିନର ନାରା ଦେଇଥିବା ବିଜେପି ଆମକୁ ଦିନବେଳା ଲଣ୍ଠନ ଦେଖାଉଛି ଯାହାକୁ ନେଇ ବିଜେଡି କଡା ଜବାବ ଦେବାକୁ ପ୍ରସ୍ତୁତ ବୋଲି ଦଳର ନେତା ମାନେ ଖୋଲାଖୋଲି ଆହ୍ୱାନ ଦେଇଥିଲେ । ଏହି ଅବସରରେ ଏକ ଦାବିପତ୍ର କଣ୍ଟାମାଳ ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ବ୍ଳକ ଅଧ୍ୟକ୍ଷା ଯଜେ୍ଞଶ୍ୱରୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ମୁକ୍ତାଶିନୀ ମଲିକ, କୁଲତାଯୋର ସରପଞ୍ଚ ପଦ୍ମାବତୀ ରଣା, ରତନୀ ରଣା, ଖମନମୁଣ୍ଡା ସରପଞ୍ଚଅଳକାସୁନ୍ଦରୀ ପ୍ରଧାନ ସମେତ ବହୁ ମହିଳା ନେତ୍ରୀ, ବିଧାୟକ ମହୀଧର ରଣା, ଶମ୍ଭୁ ପ୍ରସାଦ ସାହୁ, ପ୍ରମୋଦ ରଣା, ବିଜୟ ବାରୀକ, ବିପିନ ଭୋଇ, ଶାର୍ଦ୍ଦୁଳ ନାଗ, ସୁଜିତ ମେହେର, ଶାନ୍ତନୁ ଥାଟୀ, ପ୍ରଶାନ୍ତ ରଣା ପ୍ରମୁଖ କେନ୍ଦ୍ର ସରକାରଙ୍କ ମହଙ୍ଗାମାଡକୁ ତୀବ୍ର ସମାଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

eight − two =