କପା ମାଫିଆଙ୍କ କବଜାରେ ଗୋଚର ଜମି !

0 898

ବୌଦ୍ଧ : ଗତ କିଛି ବର୍ଷ ହେଲା ବୌଦ୍ଧଜିଲ୍ଲାର ବିଭିନ୍ନ ଅଂଚଳରେ ବାହାର ରାଜ୍ୟରୁ ଆସି କପା ମାଫିଆମାନେ କପାଚାଷ କରୁଥିବା ଦେଖିବାକୁ ମିଳୁଛି । ସରକାରୀ ଜମି ନିକଟରେ ଥିବା କିଛି ଘରୋଇ ଜମିକୁ କପା ଚାଷ ପାଇଁ ଲିଜରେ ନେଇ ସରକାରୀ ଜମିକୁ ମିଶାଇ ଦଖଲ କରି ଚାଷ କରୁଛନ୍ତି । କିଛି ସ୍ଥାନୀୟ ଲୋକଙ୍କୁ ଦୁଇପଇସା ଦେଇ ଗ୍ରାମର ଅନାବାଦୀ, ଗୋଚର ଓ ପତ୍ରାଜଙ୍ଗଲକୁ ନିଜ କବଜାକୁ ନେଇ ଯାଉଥିବା ଦେଖିବାକୁ ମିଳୁଛି । ଜିଲ୍ଲାରେ ଏଭଳି ଭାବରେ ହଜାର ହଜାର ଏକର ଚାଷ ଜମିରେ ମାଫିଆମାନେ କପା ଚାଷ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ବିଭିନ୍ନ ଗ୍ରାମବାସୀମାନେ ଅଭିଯୋଗ କରି ଆସୁଛନ୍ତି ।
କଣ୍ଟାମାଳ ତହସିଲ ଅନ୍ତର୍ଗତ ସଦର ରାଜସ୍ୱ ସର୍କଲର ଲମ୍ବସରୀ ଗ୍ରାମ ପଞ୍ଚାୟତର ମୁଣ୍ଡାପଡା, ବଲମତୁମ୍ବା, ସେଲାମାଲ, ମାରଡୋଲ, ଲାଖପର୍ବତ, ରୁଣ୍ଡିମହୁଲ, କୁଲିହାପାଲି, କୋହିରାପାଲି, ଭଦ୍ରାପାଲି, ଧଉଁକୁଦ, ଗଡଫେସପେରେଡି ଓ ଅରଖପଦର ଗ୍ରାମରେ ଶହଶହ ଏକର ଗୋଚର, ଗ୍ରାମ୍ୟ ଜଙ୍ଗଲ ଓ ପତ୍ରାଜଙ୍ଗଲକୁ ଜବରଦଖଲ କରି କପାଚାଷ କରାଯାଇଛି । ବର୍ତ୍ତମାନ ଗୋଚର ଜମି ଗୁଡିକରେ କପାଚାଷ ହୋଇଯାଇଥିବାରୁ ଗାଈଗୋରୁ ଚରିବା ପାଇଁ ଜାଗା ମଧ୍ୟ ନାହିଁ । ଏ ସଂପର୍କରେ ଗ୍ରାମବାସୀମାନେ କଣ୍ଟାମାଳ ରାଜସ୍ୱ ନିରୀକ୍ଷକ ଏବଂ ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୁଏ । ଏ ସଂପର୍କରେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେଇ ସରକାରୀ ଓ ଗୋଚର ଜମିକୁ ଜବରଦଖଲକାରୀଙ୍କ କବଳରୁ ଉଦ୍ଧାର କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

ten + 6 =