କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାମଜୀ ମନ୍ଦିରରେ ଲକ୍ଷେ ଦୀପ ଦାନ

0 86

ସୁବର୍ଣ୍ଣପୁର: କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ସହରର ମଝିପଡା ରାମଜୀ ମନ୍ଦିରରେ ଦୀପ ଯଜ୍ଞର ଆୟୋଜନ କରାଯାଇଥିଲା ।ଶତାଧିକ ଗୃହିଣୀ ଓ ଅବିବାହିତ ଝିଅମାନେ ଏହି ଯଜ୍ଞ କାର୍ଯ୍ୟରେ ସାମିଲ ହୋଇ ଲକ୍ଷେ ଦୀପ ପ୍ରଦାନ କରିଛନ୍ତି । ଏଥିପାଇଁ ଅନେକ ଗୃହିଣୀ ଆବଶ୍ୟକ ଦୀପ ବତି ଓ ଘିଅ ଦାନ କରିଥିଲେ । ସାମୂହିକ ଭାବେ ମହିଳାମାନେ ଲକ୍ଷେ ଦୀପ ପ୍ରସ୍ତୁତ କରିଥିଲେ । ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତ ଏହି ଲକ୍ଷେ ଦୀପକୁ ମାଟି ହାଣ୍ଡିରେ ରଖି ରାମଜୀ ଭଗବାନଙ୍କ ପାଖରେ ପ୍ରଜ୍ୱଳନ କରାଯାଇଥିଲା । ମହିଳାମାନେ ଦୀପ ପ୍ରଜ୍ଜଳନ କରିବା ପରେ ଶ୍ରୀ ରାମଜୀ ମହାପ୍ରଭୁଙ୍କୁ ସ୍ମରଣ କରି ମନ୍ଦିର ପ୍ରଦିକ୍ଷଣ କରିଥିଲେ । ମହିଳାମାନଙ୍କ ଏହି ଦୀପ ଯଜ୍ଞ ମନ୍ଦିରର ଶୋଭାବର୍ଦ୍ଧନ କରିଥିଲା । ମଝିପଡାର ମହିଳାମାନେ ଜଗତ କଲ୍ୟାଣ ଓ ସପରିବାର ଶାନ୍ତି ପାଇଁ ଏହି ଦୀପ ଦାନ କରିଛନ୍ତି । ଶତାଧିକ ମହିଳା ଗତକାଲି ଠାରୁ ଦୀପ ପ୍ରଦାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପୂର୍ଣ୍ଣିମା ଦିନ ପ୍ରାତଃରୁ ମନ୍ଦିର କବାଟ ଖୋଲିବା ପରେ ରାମଜୀଙ୍କ ପୂଜା ଆରାଧନା କରିବା ପରେ ଦୀପ ଯଜ୍ଞ କାର୍ଯ୍ୟକ୍ରମ କରାଯାଇଥିଲା । ତେବେ ସହରରେ ବର୍ଷ ତମାମ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ମାନସିକ ଶାନ୍ତି ତଥା ବିଶ୍ୱର ଶାନ୍ତି ପାଇଁ ଏହି ଦୀପ ଯଜ୍ଞର ଆୟୋଜନ କରାଯାଇଥିଲା ବୋଲି ବ୍ରତୀ ମହିଳାମାନେ ମତ ରଖିଥିଲେ । ଅଜିତ ହୋତା, ମନବୋଧ ଭୋଇ, ପଦ୍ମନାଭ ପାଢ଼ୀ, କଇରୁ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳା ଭକ୍ତ କଳ୍ପନା ଭୋଇ, କଲ୍ୟାଣୀ ସ୍ୱାଇଁ, ସୁଭଦ୍ରା ଦଳାଇ, ବିନୋଦିନୀ ପଣ୍ଡା, ସବିତା ବରାଇ, ଲଷ୍ମୀ ମଲ୍ଲିକ, ବୀଣାପାଣି ପାଣିଗ୍ରାହୀ, ମଞ୍ଜୁଲତା ଥାନାପତି, ମିତାମ୍ବିନୀ ଥନାପତି, ମିନତୀ ବେଦବାକ, ପ୍ରେମ ଲତା ପାଣ୍ଡକ୍ଷ, ଯମୁନା ମଲ୍ଲିକ, ସ୍ୱାଗତିକା ଭୋଇ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଏଇ ମହତ କାର୍ଯ୍ୟର ଆୟୋଜନ କରିଥିଲେ । ମଝିପଡା ତଥା ସହରର ୫୦୦ରୁ ଊର୍ଦ୍ଧ୍ୱ ମହିଳା ଭକ୍ତ ଏହି ଦୀପ ଦାନ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

19 + 2 =