କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଣ୍ଠୁମାଡି ପ୍ରଣାମ କଲେ ଜଣେ ସାଧାରଣ ମହିଳାଙ୍କୁ

0 222

କେନ୍ଦ୍ରାପଡ଼ା,୩୦/୫:- କେନ୍ଦ୍ରାପଡାରେ ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେନ୍ଦ୍ରାପଡ଼ା ବାରୋ ସିଦ୍ଧମଠ ପଡିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଅପରାହ୍ନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ ବିଭିନ୍ନ ଜନହିତକର ଯୋଜନାର ସୁଫଳ ସମ୍ପର୍କରେ କହିଥିଲେ । କେନ୍ଦ୍ରାପଡାକୁ ଆସୁଥିବା ଶାସକ ଦଳର ନେତାମାନଙ୍କ କୁମ୍ଭୀର କାନ୍ଦଣାକୁ ବିଶ୍ୱାସ ନକରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ସଭା ମଞ୍ଚରେ ମୋଦୀ କିଛି ଲୋକଙ୍କୁ ମଧ୍ୟ ଭେଟିଥିଲେ ।

hiring

ସେଥିମଧ୍ୟରୁ ଗୁଲନଗର ପଞ୍ଚାୟତର ଫକିରାବାଦ ଗାଁର କମଳା ମହାରଣା ମଞ୍ଚରେ ମୋଦିଙ୍କୁ ମଥା ନୂଆଁଇ ପ୍ରଣାମ କଲାବେଳେ ମୋଦୀ ତାଙ୍କୁ ହାତରେ ଉଠାଇଦେଇ ନିଜେ କମଳା ମହାରଣାଙ୍କୁ ଭରା ମଞ୍ଚରେ ଆଣ୍ଠୁ ମାଡି ପ୍ରଣାମ କରିଥିଲେ । ଏଭଳି ଦୃଶ୍ୟଦେଖି ଲକ୍ଷାଧିକ ଜନତା ଆଚମ୍ବିତ ହୋଇ ଜୟ ଶ୍ରୀରାମ ଓ ମୋଦୀ ମୋଦୀ ନାରା ଦେଇଥିଲେ । ମୋଦିଙ୍କ ଭାଷଣ ମଧ୍ୟରେ ଜନତାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଚିତ୍ରକଳା ପଦର୍ଶିତ ଫଟୋଚିତ୍ର ଓ ଜଗନ୍ନାଥ ଙ୍କ ଫଟୋ ଧରି ମୋଦୀ ମୋଦୀ ନାରା ଦେଉଥିବା ଲୋକଙ୍କ ଠାରୁ ସେସବୁ ଫଟୋଫ୍ରେମକୁ ନେବାପାଇଁ ତାଙ୍କ ସୁରକ୍ଷା କର୍ମୀଙ୍କୁ କହିଥିଲେ । ମୋଦୀଙ୍କ ପୁରା ଭାଷଣରେ ରାଜ୍ୟ ସରକାରଙ୍କ ବିଫଳତାକୁ ବଖାଣି ଥିଲେ । ଏଥିସହିତ ଓଡିଶାରେ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନାରେ ଓଡିଶା ଲୋକ କିଭଳି ଲାଭ ପାଇଛନ୍ତି ତାହା ମଧ୍ୟ କହିଥିଲେ । ଓଡ଼ିଶାରେ ବିଜେପି ସରକାରଙ୍କୁ ମାତ୍ର ୫ ବର୍ଷ ସୁଯୋଗ ମିଳିଲେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ହୋଇପାରିବ ବୋଲି କହିଥିଲେ । ଏହି ବିପୁଳ ଜନସଭାରେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ପାଟକୁରା ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା,ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ, ରାଜନଗର ବିଧାୟକ ପ୍ରାର୍ଥୀ ଲଳିତ କୁମାର ବେହେରା, ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେ଼ଇ,ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ୍‌ ରାଓ ପ୍ରମୁଖ ଉଦବୋଧନ ଦେଇଥିଲେ । କଟକ ଜିଲ୍ଲା ବିଜେପି ସଭାପତି ଓ କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକାର ବେହେରା, ନାରୀ ନେତ୍ରୀ ଜ୍ୟୋସ୍ନାମୟୀ ଜେନା, କଳ୍ପନା ମଲିକ, ମନୀଷା ପଣ୍ଡା, ଝିଲ୍ଲୀ ଦାସ, ରାଜଲକ୍ଷ୍ମୀ ଦାସଙ୍କ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଜିଲ୍ଲା ସମ୍ପାଦକ ଉପିନ୍‌ କୁମାର ରାଉତ ଓ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ ସଭା ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

two × five =