ସାମ୍ବାଦିକଙ୍କୁ ସାହାରପଡ଼ା ତହସିଲ ଅଧୀନ ଆରଆଇଙ୍କ ଦ୍ୱାରା ଧମକ

0 72

କେନ୍ଦୁଝର,୨୬/୮- ସାମ୍ବାଦିକ ମାନେ ଆଜିର ସମୟରେ ବିଭିନ୍ନ ପ୍ରକାର ଧମକର ସମ୍ମୁଖୀନ ହେଉଥିଲେ ମଧ୍ୟ ସେମାନେ ନ୍ୟାୟର ଗୁହାରି କଲେମଧ୍ୟ କେହି ଶୁଣୁ ନଥିବାର ଜଣାଯାଏ । ସଦ୍ୟ ଏକ ଘଟଣାରୁ ଜଣାଯାଏ ସାହାରପଡା ବ୍ଲକର ସିଲିପଦା ଗାଁର ଦାମୋଦର ଗିରି ଜଣେ ବ୍ଲକ ସାମ୍ବାଦିକ ହିସାବରେ କାର୍ଯ୍ୟ କରନ୍ତି । ସାମ୍ବାଦିକର ଯେ କୌଣସି କାର୍ଯ୍ୟକୁ ପ୍ରଶାସନିକ ସ୍ତରରେ ଉପର ଠାଉରିଆ ସପର୍ଟ ମିଳୁଥଲେ ମଧ୍ୟ ବହୁ କ୍ଷେତ୍ରରେ ଆନ୍ତରିକତା ଅଭାବରୁ ସମ୍ବାଦ ସବୁ ସମୟରେ ଅସୁରକ୍ଷିତ । ଦାମୋଦର ଗିରି ଉଦୟପୁର ତାଳପଦା ହୁଡି, ରାୟପୁର, ଦେଓ ନଦୀ କୂଳ ବାଲିଘାଟ ସମ୍ବନ୍ଧରେ ଆରଟିଆଇ ମାଧ୍ୟମରେ ତଥ୍ୟ ମାଗିଥିଲେ କିନ୍ତୁ ତହସିଲରୁ କୌଣସି ତଥ୍ୟ ନଦେଇ ଦିନ ଗଡେଇ ଚାଲିଲେ । ପରବର୍ତ୍ତୀ ସମୟରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ବାଲି ଉପରେ ତଥ୍ୟ କାହିଁକି ମାଗୁଛ ବୋଲି ଫୋନରେ ଗିରି ବାବୁଙ୍କୁ କହିବାରୁ, ଗିରି ବାବୁ ଏ ବିଷୟରେ ନିଜ ଜିଲ୍ଲା ପ୍ରତିନିଧିଙ୍କୁ ଜଣାଇଥିଲେ । ଜିଲ୍ଲା ପ୍ରତିନିଧି ଫୋନ କରିଥିବା ବ୍ୟକ୍ତିଙ୍କୁ ଏ ସମ୍ବନ୍ଧରେ ପଚାରିବାରୁ ସେ ବ୍ୟକ୍ତି ଜଣକ କଥାଟିକୁ ମାନି ନ ଥିଲେ । ପରବର୍ତ୍ତୀ ସମୟରେ ଏହାର ତଦନ୍ତ କରିବାରୁ ଜଣାଗଲା ଏ ସବୁ କାହାଣୀ ପଛରେ ଆରଆଇ ସୁଶାନ୍ତ ଦ୍ୱିବେଦୀଙ୍କର ପରୋକ୍ଷ ଇଙ୍ଗିତ ଥିବାର ଜଣାଯାଏ । ଏଥିସହ ସାମ୍ବାଦିକ ଗିରି ବାବୁଙ୍କୁ କିଭଳି ହରଡ ଘଣାରେ ପକାଯିବ ତା’ର ଏକ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରାଗଲା ଯେଉଁଥିରେ ସାହାରପଡା ତହସିଲର କିଛି କର୍ମଚାରୀ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ପ୍ଲାନ ମୁତାବକ ଗତ ତା ୨୦/୮/୨୧ରିଖ ସୁଶାନ୍ତ ଦ୍ୱିବେଦୀ, ସୁପରଭାଇଜର ତ୍ରିଲୋଚନ ମହାନ୍ତ , ଏ ଆର ଆଇ ଜଗେଶ୍ୱର ମାରାଣ୍ଡି ଏଭଳି ୪/୫ ଜଣ ତହସିଲ କର୍ମଚାରୀ ଏବଂ ଜଣେ ବାହାର ବ୍ୟକ୍ତି ସେକ ଆକବର ଦାମୋଦର ଗିରିଙ୍କ ନିଜସ୍ୱ ଗୃହକୁ ଯାଇ ମାପ ଚୁପକରି କୌଣସି ପ୍ରକାର ସରକାରୀ ଜାଗା ବାହାର କରିବାର ପ୍ରୟାସ କରିଥିଲେ । ଅବଶ୍ୟ ସେଥିରେ ସେମାନେ କେତେ କୃତକାର୍ଯ୍ୟ ହେଲେ ତାହା ତାଙ୍କ ଅଧିକାରୀଙ୍କୁ ଜଣାଥିବ । ସାମ୍ବାଦିକ ଜଣକଙ୍କ ନିଜସ୍ୱ ପଟ୍ଟାଭୁକ୍ତ ଜାଗାରେ ଥିବା ଘରକୁ କିଭଳି ଭଙ୍ଗା ଯିବ ତାହା ରୂପରେଖ କୁଆଡେ ପୂର୍ବରୁ ତହସିଲରେ ହୋଇଥିବାର ଆଲୋଚନା ହେଉଥିବାର ଶୁଣିବାକୁ ମିଳେ । ଏଠାରେ ମନରେ ସ୍ୱତଃ ପ୍ରଶ୍ନ ଉଠେ ମାଳମାଳ ସରକାରୀ ଜାଗା ବହୁ ଲୋକ ମାଡ଼ି ବସୁଥିବାବେଳେ ସେସବୁକୁ ତ କାହିଁ କୌଣସି ଅଧିକାରୀ କିମ୍ବା ରାଜସ୍ୱ ନିରିକ୍ଷକ ଭାଙ୍ଗିବାର ପ୍ରୟାସ କରୁନାହାନ୍ତି ଅଥଚ ଜଣେ କର୍ତ୍ତବ୍ୟରତ ସାମ୍ବାଦିକର କଣ୍ଠରୋଧ କରିବାକୁ ଏ ହୀନ ପ୍ରୟାସ ସମାଜକୁ ଏକ ବାର୍ତ୍ତା ଦେଉଛି ଯେ ଯିଏ ପ୍ରଶାସନର କୈଣସି ଭୂଲକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିବ ପ୍ରଶାସନ ତରଫରୁ କଳବଳ କୌଶଳ କରି ତା’ର କଣ୍ଠରୋଧ ନିହାତି କରାଯିବ । ରାଜସ୍ୱ ନିରୀକ୍ଷକ ଜଣକ କୁଆଡେ ପ୍ରଶାସନର ଜଣେ ଉଚ୍ଚ ଅଧିକାରୀଙ୍କ ଅତି ପାଖଲୋକ ବୋଲି ଶୁଣାଯାଏ ।

hiranchal ad1
Leave A Reply

Your email address will not be published.

eighteen + eight =