୫ ମାସ ହେଲା ଦରମା ପାଇନଥିବା ଗ୍ରାମ ରୋଜଗାର ସେବକଙ୍କ ଦାବିପତ୍ର ପ୍ରଦାନ

0 96

ଖପ୍ରାଖୋଲ,୧୯/୧୧: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଗ୍ରାମ ରୋଜଗାର ସେବକମାନେ ୫ ମାସ ହେଲା ଦରମା ପାଇନଥିବା ଅଭିଯୋଗ ହୋଇଛି । ସାତ ଦିନ ମଧ୍ୟରେ ପାଉଣା ନମିଳିଲେ କାର୍ଯ୍ୟବନ୍ଦ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଜୁନ ମାସରୁ ଗ୍ରାମ ରୋଜଗାର ସେବକମାନଙ୍କୁ ଦରମା ମିଳିନିବା ଅଭିଯୋଗ କରିଥିବା ବେଳେ ସ୍ୱଳ୍ପ ବେତନରେ ପରିବାର ପ୍ରତିପୋଷଣ କରୁଥିବା ଗ୍ରାମ ରୋଜଗାର ସେବକମାନଙ୍କୁ ମାସ ମାସ ଧରି ପାଉଣା ନମିଳିବା ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗ୍ରାମ ରୋଜଗାର ସେବକମାନେ ଶ୍ରମିକଙ୍କୁ ନିଯୁକ୍ତି ସହ କରି କର୍ମନିଯୁକ୍ତି ଦେଇଥାନ୍ତି । ଏନେଇ ବିଡ଼ିଓ ରାଉତଙ୍କୁ ପଚାରିବାରୁ ତୁରନ୍ତ ପାଉଣା ଦେବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଏହି ଅବସରରେ ଗ୍ରାମ ରୋଜଗାର ସଂଘ ସଭାପତି ମୃତ୍ୟୁଞ୍ଜୟ ନନ୍ଦ, ନୀଳମଣି ଜାଲ, ପବିତ୍ର କାଳସାଏ, ବିପିନ ବେହେରା , ସଦାନନ୍ଦ ମାଝୀ , ସରୋଜ ଭୋଇ , ସତ୍ୟ ନାରାୟଣ ମେହେର, ହେମନ୍ତ ଭୋଇ , ଦୁର୍ଯ୍ୟୋଧନ ଦଣ୍ଡସେନା ପ୍ରମୁଖ ସମସ୍ତ ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + twelve =