ଉଦଘାଟିତ ହେଲା ତୀରନ୍ଦାଜୀ ପ୍ରତିଯୋଗିତା: ଅଂଶଗ୍ରହଣ କରିଛନ୍ତି ୧୬ ଦଳ , ୨୧୪ ମହିଳା ପୁରୁଷ ଖେଳାଳୀ

0 453

ଖପ୍ରାଖୋଲ,୨/୧୦ (ହୀ.ପ୍ର): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ୨୩ ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଶନିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ରାଜ୍ୟ ଆର୍ଚେରୀ ସଂଘ ଏବଂ ବଲାଙ୍ଗୀର ଜିଲ୍ଲା ଆର୍ଚେରୀ ସଂଘର ମିଳିତ ଆନୁକୂଲ୍ୟରେ ଖପ୍ରାଖୋଲ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ପାଟଣାଗଡ଼ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ବିଦ୍ୟାଳୟ ସ୍ତରରେ ତୀରନ୍ଦାଜୀ ଖେଳକୁ ସାମିଲ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧାୟକ ପ୍ରଶଂସା କରିଥିଲେ । ଏଥିସହିତ ପଛୁଆ ଅଞ୍ଚଳରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ଆୟୋଜକ ମାନଙ୍କୁ ସେ ସାଧୁବାଦ ଜଣାଇଥିଲେ । ରାଜ୍ୟ ଆର୍ଚେରୀ ସଂଘ ଉପସଭାପତି ତଥା ଅବସରପ୍ରାପ୍ତ ଉଚ୍ଚ଼ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ସିଂ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଆର୍ଚେରୀ ସଂଘ ରାଜ୍ୟ ସମ୍ପାଦକ ସମର୍ଗାନନ୍ଦ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ , ଥାନା ଅଧିକାରୀ ରମାକାନ୍ତ ସାହୁ , ବିଧାୟକ ପ୍ରତିନିଧି ରମେଶ ଚନ୍ଦ୍ର ପଧାନ , ସମାଜସେବୀ ପବିତ୍ର ପୁଟେଲ , ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା ପାଥର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନକେତନ ବରିହା ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ବଲାଙ୍ଗୀର ଜିଲ୍ଲା ଆର୍ଟେରୀ ସଂଘ ସଭାପତି ରମାକାନ୍ତ ଭୋଇ ଉପସ୍ଥିତ ଥିଲେ । ହରିଶଙ୍କର ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାଶ ଉତ୍ସବକୁ ସଂଯୋଜନା କରିଥିଲେ । ଉତ୍ସବ ଆରମ୍ଭରେ ମାର୍କପାଷ୍ଟ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟଅତିଥି ରାଜ୍ୟ ଆର୍ଚେରୀ ସଂଘର ପତାକାକୁ ଉତ୍ତୋଳନ କରି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଆର୍ଚେରୀ ସମୀର ଚୌହାନ ପ୍ରତିଯୋଗୀମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ପ୍ରତିଯୋଗିତାରେ କିସ୍‌ ଭୁବନେଶ୍ୱର , କୋରାପୁଟ କ୍ରୀଡା ଛାତ୍ରାବାସ , ସୁନାଦେବା ସାଇହାଲ ସମେତ ୧୬ଟି ଆର୍ଚେରୀ ସଂଘର ୨୧୪ ଜଣ ମହିଳା ପୁରୁଷ ଖେଳାଳୀ ଯୋଗଦେଇଥିଲେ । ରାଜ୍ୟ ଆବଟୀ ସଂଘ କୋଷାଧ୍ୟକ୍ଷ ସୌରଜିତ ସିଂ , ଜଟାଧାରୀ ରାଉତ , ବିଶ୍ୱଜିତ ସିଂ, ବିନୋଦ କୁମାର ମୂଳିଆ , ନିରଞ୍ଜନ ମଲ୍ଲିକ ପ୍ରମୁଖ ରାଜ୍ୟ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ଜିଲ୍ଲାର ଆସିଥିବା କର୍ମକର୍ତ୍ତାଙ୍କ ସମେତ ବିଚାରକ, ପ୍ରଶିକ୍ଷକ, ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ । କମାଣ୍ଡର ସାରଦା ପ୍ରଶନ୍ନ ଦାଶଙ୍କ ନେତୃତ୍ୱରେ ମାର୍ଚ୍ଚଫାଷ୍ଟ ଅନୁଷ୍ଠିତ ହୋଇଥିଲା । ନଳିନୀକାନ୍ତ ବେହେରା, ପିଇଟି ପବିତ୍ର ମୋହନ ଦାଶ, ପ୍ରମୋଦ କୁମାର ବାଗ ଏଥିରେ ସହଯୋଗ କରିଥିଲେ । ଜିଲ୍ଲା ଆର୍ଚେରୀ ସଂଘର ଉପସଭାପତି ବିଜୟ ମଲ୍ଲିକ, କୋଷାଧ୍ୟକ୍ଷ ଘାସିରାମ ସାହୁ, ସହକାରୀ କୋଷାଧ୍ୟକ୍ଷ ସୁଜିତ ସାହୁ, ପରିଚାଳକ ନିତେଶ ସାହୁ, ପ୍ରଶିକ୍ଷକ ସଞ୍ଜିବ ନାଏକ ପ୍ରମୁଖ ଉତ୍ସବ ଆୟୋଜନର ନେତୃତ୍ୱ ନେଇଥିଲେ । ଜିଲ୍ଲା ଆର୍ଚେରୀ ସଂଘର ସମ୍ପାଦକ ଆଶିଷ କୁମାର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ୨,୩, ୪ ତିନିଦିନ ଧରି ଏଠାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

12 − 4 =