ଏମଜିଏନଆରଇଜିଏସ ଶ୍ରମିକ ଭାବେ କାମ କରୁନଥିବା ଲୋକଙ୍କ ଏକାଉଣ୍ଟରେ ଟଙ୍କା ପଡ଼ୁଥିବା ଅଭିଯୋଗ

0 92

ଖପ୍ରାଖୋଲ,୬/୯: ଖପ୍ରାଖୋଲ ବ୍ଲକ ଦମାଇପାଲି ପଞ୍ଚାୟତ ବଡଉଡେନ ଗାଁରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାମରେ ଦୁର୍ନୀତି ହୋଇଥିବା ନେଇ ଶ୍ରମିକମାନେ ସୋମବାର ବ୍ଲକ କାର୍ଯ୍ୟଳୟକୁ ଆସି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗାଁ ଜଙ୍ଗଲରେ ଟ୍ରେଞ୍ଜ କମ ବଣ୍ଡ ନିର୍ମାଣ କାମ ୪ଲକ୍ଷ ୧୦ ହଜାର ଟଙ୍କାରେ ଚାଲିଛି ଯାହାର ଆର୍ଥିକ ବର୍ଷ – ୨୦୨୧-୨୨ , କାର୍ଯ୍ୟ କୋଡ ନମ୍ବର- ୨୪୦୯୦୦୩୦୦୪/ଡି ପି/୧୦୪୦୩୬୪୮ ଅଟେ । ଉକ୍ତ କାମରେ ଶ୍ରମିକ ମାନଙ୍କୁ ଦୈନିିକ ୩୨୬ ଟଙ୍କା ପାଉଣା ସରକାର ଦେଉଥିବା ସୂଚନା ଫଳକରେ ଲେଖାଅଛି । ସେହିପରି ଜଙ୍ଗଲ ମୁଣ୍ଡା ଟ୍ୟାଙ୍କର ମାଟି ଉନ୍ନତି କାମ ନଅ ଲକ୍ଷ ସତାନବେ ହଜାର ଟଙ୍କା ବ୍ୟୟରେ ମନରେଗା ଯୋଜନାରେ ହେଉଅଛି ଯାହାର ଆର୍ଥିକ ବର୍ଷ ୨୦୨୨-୨୩ , କାର୍ଯ୍ୟ କୋଡ ନମ୍ବର- ୨୪୦୯୦୦୩୦୦୪/ଡବ୍ଳୁସି / ୧୦୫୫୨୫୦୬ ହୋଇଥିବା ବେଳେ ସରକାର ଦୈନିକ ଶ୍ରମିକ ମଜୁରୀ ୨୨୨ ଟଙ୍କା ଦେଉଥିବା ସୂଚନା ଫଳକରେ ଲେଖାଅଛି । ଉଭୟ ମନରେଗା କାମରେ ଶ୍ରମିକ ଭାବେ ନିୟୋଜିତ ହୋଇନଥିବା ଶ୍ରମିକ ମାନଙ୍କ ଏକଉଣ୍ଟ ରେ କାମ କରିଥିବା ଦର୍ଶାଇ ପଞ୍ଚାୟତ ଅଧିକାରୀମାନେ ଟଙ୍କା ପକାଇଥିବା ଅଭିଯୋଗ ହେଉଛି । ଏହା ସହ ପ୍ରକୃତରେ ଉକ୍ତ କାମରେ ନିୟୋଜିତ ହୋଇଥିବା ଶ୍ରମିକ ମାନଙ୍କ ଏକାଉଣ୍ଟ ରେ ପାଉଣା ପଡିନଥିବା ଅଭିଯୋଗ ହେଉଛି । ଏନେଇ କାମ କରିଥିବା ଶ୍ରମିକମାନେ ଯଥା ଖଗେଶ୍ୱର ମାଝୀ , ଚନ୍ଦ୍ରମଣି ଡାଙ୍ଗ , ଚନ୍ଦ୍ରଶେଖର ବେହେରା , ଫକୀର ରଣା ଓ ଅନ୍ୟାନ୍ୟ ଶ୍ରମିକମାନେ ଏକ ଅଭିଯୋଗ ପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ରାଉତଙ୍କ ଠାରେ ଦେଇଥିବା ଜଣାପଡ଼ିଛି । ଏନେଇ ବିଡ଼ିଓ ଶ୍ରୀ ରାଉତଙ୍କୁ ପଚାରିବାରୁ ଅଭିଯୋଗ ହୋଇଛି ତଦନ୍ତ କରି ଘଟଣାର ସତ୍ୟାସତ୍ୟ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × four =