ଖପ୍ରାଖୋଲ,୭/୫- ପାଟଣାଗଡ଼ରୁ ପଦ୍ମପୁର ଓ ଖପ୍ରାଖୋଲକୁ ସଂଯୋଗ କରୁଥିବା ଜୁରିଆ ବସଷ୍ଟାଣ୍ଡରେ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଲୋକେ ବାହାରୁ କିଣି ପିଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସ୍କୁ ଅପେକ୍ଷା କରୁଥିବା ଯାତ୍ରୀ ଓ ଜୁରିଆରେ ସମବାୟ ସମିତି ବ୍ୟାଙ୍କ , କିଓସ୍କ ବ୍ୟାଙ୍କିଙ୍ଗ ଶାଖା , ମେଡିକାଲ ଷ୍ଟୋର ,କିରାନା ଫଳଦୋକାନ, କପଡା ଆଦି ଦୋକାନ ରହିଥିବା ଆଖପାଖ ଅଞ୍ଚଳରୁ ଲୋକେ ଜୁରିଆ ଗ୍ରାମ ଉପରେ ନିର୍ଭର କରିଥାନ୍ତି । ଜୁରିଆ ବସଷ୍ଟାଣ୍ଡ ଉପରେ ପ୍ରତ୍ୟେକଦିନ ଲୋକେ ନିର୍ଭର କରିଥାନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଜୁରିଆ ବସଷ୍ଟାଣ୍ଡରେ ପାନୀୟଜଳର ସୁବିଧା ନଥିବାରୁ ବସ୍କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ କରୋନା କଟକଣା ଯୋଗୁଁ ଶୁନଶାନ ପରିଲକ୍ଷିତ ହେଉଛି । ଜୁରିଆ ବସଷ୍ଟାଣ୍ଡରେ ଅନ୍ତତଃ ଟିକେ ପାନୀୟ ଜଳର ବ୍ୟବସ୍ଥା କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।