ବୌଦ୍ଧ : ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ବlଉଁଶୁଣି ସେବା ସମବାୟ ସମିତିର ଧାନ ମଣ୍ଡି ମଧ୍ୟରୁ ଧାନ ବୋଝେଇ କରି ଏକ ଟ୍ରକ୍ ମିଲ ଅଭିମୁଖେ ଯିବା ପାଇଁ ବାହାରୁଥିବା ବେଳେ ଗାଡି ଚକ ଡ୍ରେନ ମଧ୍ୟକୁ ଖସି ପଡିଥିଲା l ନିକଟରେ ବିଦ୍ୟୁତ୍ ବିଭାଗର ଗୋଟିଏ ଟ୍ରାନ୍ସଫର୍ମର ଖୋଲା ମେଲାରେ ଥିବାରୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେଠାରେ ଧକ୍କା ଦେବା ପୂର୍ବରୁ ଟ୍ରକ୍ ଅଟକି ଯାଇଥିଲା l ଟ୍ରାନ୍ସଫର୍ମର ସହ ଟ୍ରକ୍ ଧକ୍କା ହୋଇଥିଲେ ବଡ ବିପଦ ସୃଷ୍ଟି ହୋଇଥାଆନ୍ତା l ଧନ ଜୀବନ ହାନୀର ଆଶଂକା ମଧ୍ୟ ରହିଥିଲା l ସମିତି ମଧ୍ୟରୁ ରାସ୍ତାକୁ ବାହାରି ବାମକୁ ବୁଲାଉଥିବା ବେଳେ ଡାହାଣ ଆଗ ଚକା ଡ୍ରେନ ମଧ୍ୟକୁ ଖସି ପଡିଥିଲା l