ଆନ୍ଦୋଳନ ଘୋଷଣା କଲେ ସାଧୁସନ୍ଥ, ଜାଣନ୍ତୁ କାହିଁକି

0 91

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ପରେ କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ଏବେ ଟ୍ରେଣ୍ଡ ୟୁନିୟନ ଓ ସାଧୁସନ୍ଥମାନେ ମଧ୍ୟ ସେହି ପନ୍ଥା ଆପଣାଇବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ସାଧୁସନ୍ଥମାନେ ଆନ୍ଦୋଳନ ଘୋଷଣା କରିଛନ୍ତି । ମଠ ମନ୍ଦିର ଉପରେ ସରକାରଙ୍କ ଯେପରି ନିୟନ୍ତ୍ରଣ ନ ରହିବ ସେ ଉପରେ ଏକ ଆଇନ ଆଣିବାକୁ ସେମାନେ କହିଛନ୍ତି । ସେମାନେ କହିଛନ୍ତି ଯେ, ଯଦି ଚାଷୀମାନେ ଆନ୍ଦୋଳନ କରି ସରକାରଙ୍କ ମୁଣ୍ଡ ନୁଆଁଇ ପାରିଲେ ଆମେ କାହିଁକି କରିପାରିବୁ ନାହିଁ । ଦରକାର ପଡିଲେ ଆମେ ଦିଲ୍ଲୀରେ ଡେରା ପକାଇବୁ ବୋଲି କହିଛନ୍ତି ।

hiring

ଅଖିଳ ଭାରତୀୟ ସନ୍ଥ ସମିତି ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧୁସନ୍ଥମାନେ କହିଛନ୍ତି ଯେ, ଯଦି କିଷାନମାନେ ଦିଲ୍ଲୀରାସ୍ତାରେ ବସି ସରକାରଙ୍କ ଆଗରେ ନିଜର ଅଧିକାର ମାଗୁଛନ୍ତି, ତେବେ ଆମେ କାହିଁକି କରିପାରିବୁନି । ମିଡିଆ ରିପୋର୍ଟ ମୁତାବକ ବହୁ ସଂଖ୍ୟାକ ସାଧୁସନ୍ଥ କହିଛନ୍ତି ଯେ, ଯଦି ସରକାର ଆମର ଦାବି ନଶୁଣନ୍ତି ତେବେ ଆମେ ବାଧ୍ୟହୋଇ ଦିଲ୍ଲୀରେ ଡେରା ପକାଇବୁ । ସୂଚନା ଅନୁସାରେ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ଦିଲ୍ଲୀର କାଳକାଜୀ ମନ୍ଦିର ପରିସରରେ ମଠ ମନ୍ଦିର ମୁକ୍ତି ଆନ୍ଦୋଳନ ଆରମ୍ଭ କରିଛନ୍ତି । ସାଧୁ ସନ୍ଥମାନେ ଏହି ଆନ୍ଦୋଳନ ମନ୍ଦିର ଓ ମଠକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରିବାକୁ ଆଇନ ଆଣିବାକୁ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + seventeen =