ଭିନ୍ନକ୍ଷମ ଦମ୍ପତିଙ୍କୁ ସାହାଯ୍ୟର ହାତ ବଢାଇଲା ଆଞ୍ଚଳିକ ସେବା ସଂସଦ

0 248

ଆଠମଲ୍ଲିକ : ପୁଣି ଜଣେ ଅସହାୟ ପରିବାରର ସାଥୀ ହୋଇଛି କିଆକଟା ଆଞ୍ଚଳିକ ସେବା ସଂସଦ । ଆଜି ସଂସଦର ସଭାପତି ସୁମନ୍ତ ସାହୁଙ୍କ ନେତୃତ୍ୱରେ ଏକ ଦଳ ବେଳତୈଳା ଗ୍ରାମର ଭିନ୍ନକ୍ଷମ ଦମ୍ପତିଙ୍କୁ ଭେଟିଛନ୍ତି । ଏହି ଅବସରରେ ଭିନ୍ନକ୍ଷମ ଦମ୍ପତ୍ତିଙ୍କ ସୁବିଧା ଅସୁବିଧା ବୁଝିବା ସହ କିଛି ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ସଂସଦ ପକ୍ଷରୁ ଏହି ପରିବାରକୁ ୫୦ କେଜି ଚାଉଳ ସହ ଆଳୁ, ତେଲ, ଲୁଣ ଆଦି ରାସନ ସାମଗ୍ରୀ ସହ ପିନ୍ଧିବା ପାଇଁ ବସ୍ତ୍ର ପ୍ରଦାନ କରିଛନ୍ତି । ଏହି ସେବା କାର୍ଯ୍ୟରେ ସଭାପତିଙ୍କ ବ୍ୟତୀତ ସଂପାଦକ ସୁମନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର କର୍ଣ୍ଣ, ଉପସଭାପତି, ସଦସ୍ୟ ସତ୍ୟଜିତ ମହାନ୍ତି, ଲାଲୁ ବିହାରୀ ପ୍ରଧାନ, ରମଣ ବାରିକ, ସମ୍ବିତ ପ୍ରଧାନ, ନୀଳାଚଳ ପ୍ରଧାନ, ସାମନ୍ତ କଅଁର, ବିଜୟ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ । ଆଞ୍ଚଳିକ ସେବା ସଂସଦର ଏହି ସେବା କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ।

hiring


ସୂଚନାଯୋଗ୍ୟ ଯ, ବେଳତୈଳା ଗ୍ରାମର ଭିନ୍ନକ୍ଷମ ଦମ୍ପତି ହେଲେ ବାବୁଲି ନାୟକ ଓ କମୁଦିନୀ ନାୟକ । ଏମାନଙ୍କ ନାମରେ ନା ଅଛି ରାସନ କାର୍ଡ ନା ଅଛି ରହିବା ଘର । ବାବୁଲା ଚାଲିପାରୁନାହାନ୍ତି । ତେଣୁ ସ୍ତ୍ରୀ କୁମଦିନୀ ମୂଳ ମଜୁରୀ ଲାଗି ପରିବାର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଗତ ଦୁଇ ବର୍ଷ ତଳେ କୁମୁଦିନୀ ଆଖି ରୋଗରେ ପୀଡିତ ହୋଇ ନିଜର ଦୁଇଟି ଆଖିକୁ ହରାଇ ବସିଛନ୍ତି । ତେଣୁ ସେ ଆଉ କାମ କରିଯାଇପାରୁନାହାନ୍ତି । ସେମାନେ ବାଧ୍ୟ ହୋଇ ଭିକ୍ଷାବୃତ୍ତି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଦମ୍ପତି ସେବା ସଂସଦର କର୍ମକର୍ତ୍ତାଙ୍କ ଆଗରେ କହିଛନ୍ତି ଯେ, ଯଦି ଭିକ୍ଷାବୃତ୍ତିରେ କିଛି ନ ମିଳେ ତେବେ ବାଧ୍ୟ ହୋଇ ଭୋକ ଉପାସରେ ଦିନ କାଟିବାକୁ ପଡୁଛି । ଯଥାଶୀଘ୍ର ଏହି ଦମ୍ପତିଙ୍କ ପାଇଁ ଏକ ରାସନ କାର୍ଡ ଓ ଘର ଯୋଗାଇ ଦେବାକୁ ଆଞ୍ଚଳିକ ସେବା ସଂସଦର କର୍ମକର୍ତ୍ତା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + nine =