କିଆକଟା ଏମ୍‌ଇ ସ୍କୁଲ ଖେଳ ପଡିଆ ନିର୍ମାଣରେ ଦୁର୍ନୀତିର ଗନ୍ଧ ! ଖର୍ଚ୍ଚ ହୋଇଛି ୫ଲକ୍ଷ, ଖେଳି ପାରୁନାହାନ୍ତି ପିଲା

0 754

ଅନୁଗୋଳ : ରାଜ୍ୟ ସରକାର କ୍ରୀଡାକୁ ଗୁରୁତ୍ୱ ଦେଉଥିବା କଥା ସବୁ ବେଳେ କହୁଛନ୍ତି । ଏପରିକି ନିକଟରେ ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ପୌରାଞ୍ଚଳରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହା ଫଳରେ ଗ୍ରାମାଞ୍ଚଳରୁ ବହୁ ଖେଳାଳି ସୃଷ୍ଟି ହେବେ । କିନ୍ତୁ ରାଜ୍ୟର ଏମିତି କେତେକ ସ୍ଥାନରେ ଖେଳ ପଡିଆ ଉନ୍ନତିକରଣ ନାମରେ ବହୁ ଦୁର୍ନୀତି ହେଉଥିବା ଜଣାପଡିଛି । ଫଳରେ ସରକାରଙ୍କ ରାଜକୋଷରୁ ଅର୍ଥ ବ୍ୟୟ ହେଉଛି ସତ କିନ୍ତୁ ପିଲାମାନେ ସେହି ପଡିଆରେ ଖେଳିବାକୁ ସକ୍ଷମ ହୋଇପାରୁନାହାନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତରେ । କିଆକଟା ଏମ୍‌.ଇ ସ୍କୁଲ ଖେଳ ପଡିଆ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ କାଦପଡା ୟୁଥ୍‌ ଆସୋସିଏସନ ପକ୍ଷରୁ ଅନୁଗୋଳ ଜିଲ୍ଲାପାଳ, ଆଠମଲ୍ଲିକ ଉପଜିଲ୍ଲାପାଳ ଓ ଆଠମଲ୍ଲିକ ବିଧାୟକଙ୍କୁ ଚିଠି ମାଧ୍ୟମରେ ଲେଖି ଜଣାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ । ସେହିପରି କିଆକଟା ସରପଞ୍ଚଓ ଜିଆର୍‌ଏସଙ୍କୁ ମଧ୍ୟ ଏ ସଂପର୍କରେ ଜଣାଇଥିଲେ କିନ୍ତୁ ସେମାନେ ସଠିକ୍‌ ଉତ୍ତର ଦେଇପାରିନଥିଲେ ।

hiring


ଉଲ୍ଲେଖଯୋଗ୍ୟ ଯେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା ଅଧିନରେ କିଆକଟା ଏମ୍‌ଇ ସ୍କୁଲ ଖେଳ ପଡିଆର ଉନ୍ନତିକରଣ କାର୍ଯ୍ୟ କରାଯାଇଥିଲା । ଏଥିରେ ୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଫଳକରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏଠାରେ ପ୍ରଶ୍ନ ଉଠୁଛି ଯଦି ପଡିଆରେ ୫ଲକ୍ଷ ଟଙ୍କାର କାମ ହୋଇଛି ତେବେ ପଡିଆରେ ପିଲମାନେ ମନଖୁସିରେ ଖେଳିପାରିବା କଥା । କିନ୍ତୁ ସେମିତି କିଛି ହୋଇପାରୁନାହିଁ । ପଡିଆରେ ଏବେ ବହୁ ଅନାବନା ଗଛ ଉଠି ଜଙ୍ଗଲ ପାଲଟିଗଲାଣି । ଫଳରେ ଏଠାକୁ ଯିବାକୁ ପିଲାମାନେ ଭୟ କରୁଛନ୍ତି ।
ଅନ୍ୟ ପକ୍ଷରେ ଏହି ଗୋଟିଏ ପଡିଆରେ କିଆକଟା ହାଇସ୍କୁଲ ପକ୍ଷରୁ ମଧ୍ୟ ବହୁବାର ଅର୍ଥ ଖର୍ଚ୍ଚ ହୋଇଥିବା ଜଣାପଡିଛି । ଏବେ ପୁଣିଥରେହାଇସ୍କୁଲ ପକ୍ଷରୁ ପଡିଆର ଉନ୍ନତିକରଣ କରାଯିବ ବୋଲି ଜଣାପଡିଛି । ତେବେ ପ୍ରଶ୍ନ ଉଠୁଛି ଏହି ପଡିଆ କାହାର? ହାଇସ୍କୁଲ ନା ଏମ୍‌ଇ ସ୍କୁଲର । ପଡିଆରେ ଉଭୟ ସ୍କୁଲର ଛାତ୍ରଛାତ୍ରୀ ଖେଳିବା ସହ କାଦପଡା ୟୁଥ୍‌ ଆସୋସିଏସନର ପିଲାମାନେ ମଧ୍ୟ ଏହି ପଡିଆରେ ଖେଳିଥାନ୍ତି । ଖେଳ ପଡିଆର ଉନ୍ନତିକରଣରେ ହୋଇଥିବା ଦୁ୍‌ର୍ନୀତିର ତଦନ୍ତ କରାଯାଉ ବୋଲି ୟୁଥ୍‌ ଆସୋସିଏସର ସଦସ୍ୟମାନେ ଦାବି କରିଛନ୍ତି । ଏ ଦିଗରେ ସ୍ଥାନୀୟ ପ୍ରଶାସନ ଓ ଜନ ପ୍ରତିନିଧିମାନେ ଦୃଷ୍ଟି ଦେବାକୁ ସେମାନେ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି । ଯଦି ଏ ଦିଗରେ ପ୍ରଶାସନ ଦୃଷ୍ଟି ନଦେବ ତେବେ ଆଗକୁ ୟୁଥ୍‌ ଆସୋସିଏସନର ସଦସ୍ୟମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

8 + twelve =