ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଘାଟିତ

0 61

କୋକସରା,୨୦/୧- କୋକସରା ବ୍ଲକ ସଦର ସ୍ଥାନୀୟ ପଞ୍ଚାୟତ ସମିତି ଡିଗ୍ରୀମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସର ତିନିଦିନିଆ ଜିଲ୍ଲାସ୍ତରୀୟ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀ ଯୋଗଦେଇ ତିନି ପୁରୁଷର ଗୁଣସୁତ୍ରରୁ ଆମର ସୃଷ୍ଟି, ତେଣୁ ଆମେ ତାଙ୍କ ଋଣ ଶୁଝିବା ପାଇଁ ବିଭିନ୍ନ ସେବାକ୍ଷେତ୍ରରେ ଯୋଗଦେବା ବୋଲି ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବରେଡକ୍ରସ ଆବାହକ ସଂପାଦକ ସଞ୍ଜିବ କୁମାର ସାହୁ ଓ ଲଡୁଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିହାରକାନ୍ତ ପଣ୍ଡା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ, କୋକସରା ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଧିର କୁମାର ପଣ୍ଡା, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଓ ମୁଖ୍ୟବକ୍ତା ଭାବେ ଜିଲ୍ଲା ଯୁବ ରେଡକ୍ରସର ସଂଯୋଜକ ଶାନ୍ତନୁ କୁମାର ପରିଡା କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସର ସଫଳତାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶିବିରର ନିର୍ଦ୍ଦେଶକ ତଥା ଯୁବରେଡକ୍ରସ ପରାମର୍ଶଦାତା ସୁବ୍ରତ କୁମାର ବେହେରା ଶିବିରାର୍ଥୀମାନଙ୍କୁ ଶିବିରର ନିୟମାବଳୀ ବିଷୟରେ ଅବଗତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଜଗନ ଚନ୍ଦାନୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଧ୍ୟାପକ ଅଈରୀ ନାଶନ ଚିନ୍ଦା ମଞ୍ଚ ପରିଚାଳନା କରିଥିଲେ । ୩ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ଶିବିରରେ ରେଡକ୍ରସ ଇତିହାସ, ବିକାଶ ଓ ଚିହ୍ନ, ମୌଳିକ ନିୟମ, ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା, ରକ୍ତଦାନର ମହତ୍ତ୍ୱ ,ସଡକ ସୁରକ୍ଷା, ଏଚଆଇଭି ଏଡ଼ସ୍‌ , ନେତୃତ୍ୱର ବିକାଶ ଓ ବିଶ୍ୱତାପାୟାନ ବିଷୟରେ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ଶିବିରାର୍ଥୀମାନଙ୍କ ମଧ୍ୟରେ ପ୍ରବନ୍ଧ,ତର୍କ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୨୧ତାରିଖରେ ଶିବିରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବାପାଇଁ ସ୍ଥିର ହୋଇଛି । ଏହି ଶିବିରରେ ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରୁ ୧୨୦ ଜଣ ପରାମର୍ଶଦାତା ଓ ସ୍ୱେଚ୍ଛାସେବୀ ଯୋଗ ଦେଇଛନ୍ତି । ପ୍ରତିଦିନ ସକାଳେ ଯୋଗ ପ୍ରାଣାୟମ ଓ ସଂଧ୍ୟାରେ ଶିବିରାର୍ଥୀମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଶିବିର ପରିଚାଳନାରେ ପୁଷ୍ପରାଜ ମେହେର, ଜିତେନ୍ଦ୍ର କୁମାର ପ୍ରଧାନୀ, ପ୍ରତାପ ବିଶିି, ହୃଦାନନ୍ଦ ଧଙ୍ଗଡାମାଝୀ, ସୁନୀଲ ପ୍ରଧାନୀ, ଉଜାଗର ଧଙ୍ଗଡାମାଝୀ, ଲାଲୁ ପ୍ରଧାନୀ, ତପନ ବିଶିି, ବିଷ୍ଣୁ ପ୍ରସାଦ ବିଶି, ପୀତବାସ ରାଉତ, ମୋହନ ବିଶି ପ୍ରମୁଖ ଶିକ୍ଷକ ଅଣଶିକ୍ଷକ ତଥା ଯୁବରେଡକ୍ରସ ପରାମର୍ଶଦାତା ଓ ସ୍ୱେଚ୍ଛାସେବୀ, ଏନସିସି ଓ ଏନଏସଏସ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 2 =