କୋଭିଡ-୧୯ ଆଇନର ସବୁଠି ଉଲ୍ଲଂଘନ, ପ୍ରଶାସନ ନିରବଦ୍ରଷ୍ଟା

0 800

ବୌଦ୍ଧ,୨୯/୬- ବିଭିନ୍ନ ସାମାଜିକ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନକୁ କରୋନା ମହାମାରୀ ପାଇଁ କଟକଣା ରହିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିବାହ କାର୍ଯ୍ୟକ୍ରମର ଅନୁମତି ପାଇଁ ବ୍ୟବସ୍ଥା ରହିଛି । ଅନୁମତି ଦେବା ପୂର୍ବରୁ କୋଭିଡ-୧୯ ଆଇନର ଅନୁପାଳନ ପାଇଁ ଆବେଦନକାରୀମାନେ ଏକ ଘୋଷଣାନାମା ଦେଉଥିବାବେଳେ ଆୟୋଜନ ସମୟରେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି । ୫୦ ଜଣ ମଧ୍ୟରେ ବିବାହ, ବ୍ରତ ସମାପନ ପାଇଁ  ଅନୁମତି ନେଇ ହଜାରହଜାର ଲୋକଙ୍କୁ ନିମନ୍ତ୍ରଣ କରୁଥିବା ଦେଖିବାକୁ ମିଳେ । ପ୍ରଶାସନ ରେଡକ୍ରସ ପାଣ୍ଠିକୁ ୨ହଜାର ଟଙ୍କା ଆଦାୟ କରି ଅନୁମତି ପତ୍ର ଦେଇଦେବା ପରେ ତାହା ଲୋକେ କିଭଳି କାର୍ଯ୍ୟକାରୀ କରୁଛନ୍ତି ତାହାକୁ ଆଉ ଦେଖୁନାହିଁ । ବିବାହ କାର୍ଯ୍ୟକ୍ରମରେ ଶହଶହ  ଲୋକ ସମାଗମ ହେବା ଫଳରେ ସାମାଜିକ ଦୂରତା ରକ୍ଷା ହୋଇପାରୁନାହିଁ । ମାସ୍କ ବ୍ୟବହାର ମଧ୍ୟ ନଗଣ୍ୟ । ବିବାହ ଅନୁମତି ପତ୍ରର ଏକ ନକଲ  ସଂପୃକ୍ତ ଥାନାକୁ ଦିଆଯାଉଥିଲେ ମଧ୍ୟ କୋଭିଡ ଆଇନ ଓ ମାର୍ଗଦର୍ଶିକାର ପାଳନ କେମିତି ହେଉଛି ସେ ସଂପର୍କରେ ତଦାରଖ ହେଉନଥିବା ଅଭିଯୋଗ ହୁଏ ।

hiring

                ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କିମ୍ବା ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷ ଏ ଦିଗରେ ଲୋକଙ୍କୁ ସଚେତନ କରାଇବା   ଆବଶ୍ୟକ . । ଯେଉଁଠି ଅଧିକ ଲୋକଙ୍କ ସମାଗମ ହୋଇ କୋଭିଡ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଛି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜନସାଧାରଣରେ ଦାବି ହେଉଛି । ଏହା କରାନଗଲେ ନେଡିଗୁଡ କହୁଣୀକୁ ବୋହିଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

2 + nineteen =