କୁଆଁରିଆ ଡ୍ୟାମ୍‌ରୁ ଛଡାଗଲା ପାଣି

0 231

ଦଶପଲ୍ଲା : – ଦଶପଲ୍ଲାର କୁଆଁରିଆ ଡ୍ୟାମ୍‌ ଚଳିତ ବର୍ଷର ଅଗଷ୍ଟ ମାସ ସୁଦ୍ଧା ନିଅଣ୍ଟିଆ ବର୍ଷା ଯୋଗୁ ଖାଲି ପଡିଥିବାବେଳେ, ଚାଷୀ ମାନେ ବର୍ଷାକୁ ଚାତକ ପରି ଚାହିଁ ରହିଥିବା ସହ ମରୁଡି ଘୋଷଣା ପାଇଁ ସରକାରଙ୍କୁ ଦାବି କରୁଥିବା ସମୟରେ ଆସିଲା ଗୋଟିଏ ପରେ ଗୋଟିଏ ଲଘୁଚାପ । ଫଳରେ କୁଆଁରିଆ ଡ୍ୟାମ୍‌ ର ଜଳସ୍ତର ସର୍ବୋଚ୍ଚ ୧୩୫.୭୦ ମିଟର ଥିବାବେଳେ ଏବେ ୧୩୪.୫୦ ମିଟରରେ ପହଞ୍ଚି ଯାଇଛି । ଏବେ ପୁଣି ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ରବିବାର ସକାଳେ ସ୍କୁଲ୍‌ ୱେ ଦେଇ କୁଆଁରିଆରୁ କିଛି ଜଳ ଛଡା ଯାଇଥିଲା । ବର୍ଷାକୁ ଦୃଷ୍ଟିରେ ରଖି ଯେ କୌଣସି ସମୟରେ ଆହୁରି ପାଣି ଛଡା ଯାଇପାରେ ବୋଲି ନଦୀକୂଳିଆ ପରିବାରମାନଙ୍କୁ ଡାକବାଜି ଯନ୍ତ୍ର ଯୋଗେ ଜଣାଇ ଦିଆଯାଇଛି ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ପ୍ରଧାନ ।

hiranchal ad1
Leave A Reply

Your email address will not be published.

18 + 20 =