“ହୀରାଞ୍ଚଳ’ର ପ୍ରଭାବ, କୁନ୍ତଳାଙ୍କୁ ମିଳିଲା ରାସନ କାର୍ଡ

0 127

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ସାନଉଡେନ ଗାଁର କୁନ୍ତଳା ତାଣ୍ଡି ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ସେ ଅନେକ ଥର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ ହେବା ନେଇ ଅର୍ଥାତ୍‌ ରାସନ କାର୍ଡ ପାଇଁ ପ୍ରଶାସନ ପାଖରେ ଗୁହାରି କରିଥିଲେ । ଏ ନେଇ ଏକ ବିସ୍ତୃତ ଖବର ଦୈନିକ “ହୀରାଞ୍ଚଳ’ରେ କିଛି ଦିନ ପୂର୍ବେ ପ୍ରକାଶିତ ହୋଇଥିଲା । ଏହି ଖବରକୁ ଖପ୍ରାଖୋଲ ବ୍ଲକର ହୀରାଞ୍ଚଳ ପ୍ରତିନିଧି ରୁପେନ୍ଦ୍ର ମୁଣ୍ଡା ମୁଖ୍ୟମନ୍ତ୍ରୀ, ମୋ ସରକାର ୫-ଟି , ଖାଦ୍ୟ ସୁରକ୍ଷା ବିଭାଗ ଓ ଅଧ୍ୟକ୍ଷ, ଜିଲ୍ଲା ପ୍ରଶାସନକୁ ଟୁଇଟ କରି ଅନୁରୋଧ କରିଥିଲେ । ଏହାର ଫଳସ୍ୱରୂପ କୁନ୍ତଳାଙ୍କୁ ଏବେ ରାସନ କାର୍ଡ ମିଳିଛି । ଏହି କାର୍ଡ ପାଇ କୁନ୍ତଳା ଏବେ ଢେର ଖୁସିଥିବା ସହ ହୀରାଞ୍ଚଳ ପ୍ରତିନିଧି ଶ୍ରୀ ମୁଣ୍ଡା ଓ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four × one =