ଲଡୁକେଶ ମହେଶଙ୍କ ପୀଠରେ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ

0 106

ଦଶପଲ୍ଲା :ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌, ଶରଣକୁଳର ଲଡୁକେଶ ମହେଶ (ଲଡୁବାବା)ଶୈବପୀଠରେ ମହାଶିବରାତ୍ରୀ ଓ ଜାଗରଯାତ୍ରା ଅନୁଷ୍ଠିତ ହୋଯାଇଛି । ଏଠାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭକ୍ତମାନେ ପ୍ରଶାସନ ଦ୍ୱାରା ନିର୍ମିତ ବ୍ୟାରିକେଟ ଭିତରେ ଧାଡ଼ିବାନ୍ଧି ଠାକୁରଙ୍କ ଦର୍ଶନ ସାରି ଫେରିଥିଲେ । ବ୍ରାହ୍ମ ମୂହୁର୍ତ୍ତରେ ପହୁଡ଼ ଖୋଲିବା ପରେ ସକାଳ ନୀତିକାନ୍ତି ଅଳ୍ପ ସମୟ ବିଳମ୍ବରେ ସଂପନ୍ନ ହୋଇଥିଲା । ଭୋର ୩ଟାରୁ ମନ୍ଦିର ଖୋଲି ୧ଘଣ୍ଟା ମଧ୍ୟରେ ଠାକୁରଙ୍କ ଅବକାଶ ନୀତି ଶେଷ ହୋଇ ଭୋର ୪ଟାରୁ ସକାଳ ୭ଟା୩୦ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ନିମନ୍ତେ ମନ୍ଦିର ଖୋଲାଥିଲା । ସକାଳ ୭ଟା୩୦ ମିନିଟରୁ ୧୦ଟା ମଧ୍ୟରେ ଠାକୁରଙ୍କ ସକାଳର ସମସ୍ତ ପୂଜା ନୀତି ସମାପନ ହୋଇ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ । ମାତ୍ର ୧ଘଣ୍ଟା ମଧ୍ୟରେ ସଂଧ୍ୟା ପୂଜାନୀତି ସଂପନ୍ନ କରାଯାଇ ରାତ୍ର ୧୦ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନେ ସାଧାରଣ ଦର୍ଶନ ସୁଯୋଗ ମଧ୍ୟ ପାଇଥିଲେ । ରାତି ୧୦ଟା ୩୦ମିନିଟରେ ଲଡୁବାବାଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖର ଦକ୍ଷିଣଦ୍ୱାର ଦେଇ ବେଢା ପରିକ୍ରମା କରିବା ପରେ ରାତ୍ର ୧୨ ଟା ସମୟରେ ମହାଦୀପ ଉଠିଥିଲା । ଭକ୍ତମାନେ ମନ୍ଦିର ସିଂହଦ୍ୱାର ଦେଇ ବେଢା ଭିତରକୁ ପ୍ରବେଶ କରି ମହନ ଓ ଘଣ୍ଟ ଦ୍ୱାର ଦେଇ ଠାକୁରଙ୍କୁ ଦର୍ଶନ କରି ଦକ୍ଷିଣ ଦ୍ୱାର ଦେଇ ବେଢାକୁ ଓ ସେଠାରୁ ହାତୀ ଦ୍ୱାର ଦେଇ ମନ୍ଦିର ବାହାରକୁ ପ୍ରସ୍ଥାନ କରିଥିଲେ । ଭକ୍ତମାନେ ମନ୍ଦିର ପରିସରରେ ଦୀପ ଜାଳିବା ପାଇଁ ନିଷିଦ୍ଧ କରାଯାଇଥିବାରୁ ଚତୁଃପାର୍ଶ୍ୱରେ ସନ୍ଧ୍ୟାରୁ ଲଡୁବାବାଙ୍କ ପୀଠରେ ଜାଗରଯାତ୍ରାରେ ପଚାଶହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାଦୀପ ଉଠିବା ପର୍ଯ୍ୟନ୍ତ ବସି ଦୀପ ଜାଳିବାର ସୁଯୋଗ ପାଇଥିଲେ । ଶ୍ରଦ୍ଧାଳୁମାନେ ହାତରେ ଭୋଗ ସାମଗ୍ରୀ ଧରି ମନ୍ଦିରରେ ପ୍ରବେଶ କରିଥିଲେ । ହୁଳହୁଳି, ହରିବୋଲରେ ସବୁଆଡ ପ୍ରକମ୍ପିତ ହୋଇ ଉଠିଥିଲା । ମାନସିକଧାରୀମାନେ ଦିନ ତମାମ ନିର୍ଜଳ ଉପବାସ ରହି ଠାକୁରଙ୍କ ପାଖରେ ଆଶିଷ ଭିକ୍ଷା କରିଥିଲେ । ଆଉ କେତେକ ଶ୍ରଦ୍ଧାଳୁ ମହାନଦୀରୁ ପାଣି ଧରି ଖାଲି ପାଦରେ ଚାଲି ଚାଲି ଲଡୁବାବାଙ୍କ ପୀଠରେ ପହଞ୍ଚି ଜଳାଭିଷେକ କରିଥିଲେ । ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଭକ୍ତମାନେ ବହୁ ସଂଖ୍ୟାରେ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ । କୋଭିଡ଼ କଟକଣା ଯୋଗୁ ଦୁଇବର୍ଷ ଧରି ମନ୍ଦିରରେ ଜାଗରଯାତ୍ରା ବନ୍ଦ ଥିବାରୁ ଏବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଜାଗରଯାତ୍ରାକୁ ନଜରରେ ରଖି ପିଲାଙ୍କ ପାଇଁ ଦୋଳି, ମିନାବଜାର ସହିତ ଅନେକ ଦୋକାନରେ ଭିଡ଼ ପରିଲିକ୍ଷିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

1 × 2 =