ଲତା ମଙ୍ଗେସକରଙ୍କ ବିୟୋଗରେ ଶୋକ ସଭା

0 124

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ଦୋଳବନ୍ଧ ସାହି ପରିସରରେ ସୁରସାମ୍ରାଜ୍ଞୀ ଭାରତ ରତ୍ନ ବିଭୂଷିତା ଲତା ମଙ୍ଗେସକରଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଆକାଂକ୍ଷା ମହିଳା ସଙ୍ଗଠନର କର୍ମକର୍ତ୍ତାମାନେ ଲତା ମଙ୍ଗେସକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦୀପ ପ୍ରଜ୍ୱଳନ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ୫୦ ହଜାରରୁ ଉର୍ଦ୍ଧ୍ୱ ୩୦ରୁ ଅଧିକ ଭାଷାରେ ମଧୁର ସଙ୍ଗୀତ ଗାନ କରି ଗିନିସ ବୁକ ଅଫ ୱାଲଡର଼୍ ରେକର୍ଡରେ ସ୍ଥାନ ପାଇବା ସହ ଭାରତ ରତ୍ନ, ଦାଦା ସାହେବ ଫାଲକେ ଆୱାର୍ଡ ପାଇଥିବା ସେହି ମହାନ ଗାୟିକାଙ୍କ ହୃଦୟସ୍ପର୍ଶୀ ଦେଶାତ୍ମବୋଧକ ୟେ ମେରେ ୱତନକେ ଲୋଗ ଗୀତ ଦ୍ୱାରା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉକ୍ତ ସଭାରେ ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଆଶା ଲତା ପାଣିଗ୍ରାହୀ, ସମ୍ପାଦିକା ମିନା କୁମାରୀ ଟହଲ, ଉପଦେଷ୍ଟା ଡକ୍ଟର କଲ୍ୟାଣି ମିଶ୍ର, ସ୍ୱର୍ଣ୍ଣ ପ୍ରଭା ପାଠୀ, ପ୍ରଗତି ଦାସ,ସୁପ୍ରଭା ସାହୁ, ପି ପୁଷ୍ପଲତା, ସ୍ୱାତି ସାହୁ, ସରିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nine + thirteen =