ସାମାଜିକ ସେବା ବିନା ଜୀବନର ସଫଳତା ଅଧୁରା

0 22

ଫୁଲବାଣୀ : ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ଆୟୋଜିତ “ସଦସ୍ୟତା ଓ ସଂଗଠନର ବିକାଶ ” ଶୀର୍ଷକ ଆଲୋଚନା ଚକ୍ରରେ ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ୍‌ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଣିଷ ଜୀବନରେ ସେବା ମନୋଭାବର ଗୁରୁତ୍ୱ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ସେବା କରିବା ଜୀବନର ଏକ ସୁଯୋଗ, ଏଣୁ ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ଯୁବ ପିଢ଼ି ଆଗଭର ହେବ ଆବଶ୍ୟକ, ସେ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ରୂପେ ଯୋଗଦେଇ ପ୍ରାକ୍ତନ ରୋଟାରୀ ଗଭର୍ଣ୍ଣର ଦେବାଶିଷ ମିଶ୍ର ସାରା ବିଶ୍ୱର ୨୨୦ ଦେଶରେ ରୋଟାରୀର ସେବା କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ସାମାଜିକ ସେବା ବିନା ନେତୃତ୍ତ୍ୱ ନେବାର ଦକ୍ଷତାର ବିକାଶ ସମ୍ଭବ ନୁହେଁ ବୋଲି କହିଥିଲେ। ୧୯୦୫ ମସିହାରୁ ରୋଟାରୀ ଆରମ୍ଭ କରିଥିବା ସେବା ଓ ବନ୍ଧୁତାର ସଫଳତା ସ୍ୱରୂପ ଆଜି ଲକ୍ଷ ଲକ୍ଷ ରୋଟାରୀଆନ୍‌ ସେବା କାର୍ଯ୍ୟରେ ବ୍ରତୀ ହୋଇଥିବା ଏବଂ ଭାରତରେ ସର୍ବାଧିକ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ସମ୍ପର୍କରେ ସେ ସୂଚନା ଦେବା ସହ ଫୁଲବାଣୀ ରୋଟାରୀ କ୍ଲବ୍‌ର ସେବା କାର୍ଯ୍ୟର ପ୍ରଶଂସା କରିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ରୂପେ ଜୋନାଲ୍‌ ଚେଆର୍‌ ମିହିର ପାଣିଗ୍ରାହୀ, ଆସିଷ୍ଟାଣ୍ଟ ଗଭର୍ଣ୍ଣର ମିହିର ରଞ୍ଜନ ନାୟକ, ରୋଟାରୀ ଜିଲ୍ଲା ସମ୍ପାଦକ ସୁଶାନ୍ତ ମହାପାତ୍ର, ପରାମର୍ଶଦାତା ଇନ୍ଦ୍ରଜିତ୍‌ ସାହୁ, ରାଜାରାମ୍‌ ପ୍ରମୁଖ ଯୋଗ ଦେଇ ଫୁଲବାଣୀ ରୋଟାରୀ ତରଫରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ।

hiring

ସଭାପତି ବିପ୍ରଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱାଗତ ଭାଷଣ ଅରୁଣା ଦେଇଥିଲେ। ଏହି ଅବସରରେ ଗତ ବୋର୍ଡ଼ ପରୀକ୍ଷାରେ ଫୁଲବାଣୀର ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ସେପରି ବନ ବିଭାଗର ପ୍ରୟାସରେ ଅନେକ ଲଣ୍ଡା ପାହାଡ଼ରେ ପ୍ରାୟ ଚାଳିଶ ହଜାରରୁ ଅଧିକ ଗଛ ଲଗାଇ ସବୁଜିମା ସୃଷ୍ଟି କରିଥିବା ତିନିଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ରୋଟାରୀଆନ୍‌ ପବନ ଅଗ୍ରୱାଲ, ପ୍ରକାଶ ପଣ୍ଡା, ନାରାୟଣ ପ୍ରଧାନ, ବିରାଜିନୀ ମହାପାତ୍ର, କୁନ୍ଦନ ସିଂ, ହରିଶ୍ଚନ୍ଦ୍ର ମହାରଣା, ରୂପକ ମହାନ୍ତି, ସନ୍ତୋଷ କୁମାର୍ ପଣ୍ଡା, ଉପେନ୍ଦ୍ର ମହାପାତ୍ର, ସୁନୀତି ଆଚାରୀ, ଶୁଭ୍ରା ପଟ୍ଟନାୟକ, ଦେବେନ୍ଦ୍ର ପାତ୍ର, ରବି ନାରାୟଣ ସୁବୁଦ୍ଧି, କେ ଜ୍ଞାନକୁମାର ଦୋରା, ପଦ୍ମ ଚରଣ ସ୍ୱାଇଁ, ବିରଜା ନାହାକ, ରମେଶ ସାହୁ, ବାଲାଜି ପାତ୍ର, ସୁନୀତା ନାୟକ, ମିନି ପଟ୍ଟନାୟକ, ସନ୍ତୋଷ ମିଶ୍ର, ଅଶୋକ ଧଳ, ଜୟ ପ୍ରକାଶ ପାତ୍ର ପ୍ରମୁଖଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱାବଲମ୍ବୀ ଯୋଜନାରେ ଚାରିଜଣ ହିତାଧିକାରୀଙ୍କୁ ଠେଲାଗାଡି ପ୍ରଦାନ କରାଯିବା ସହ ଭବିଷ୍ଯତରେ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଇ ଲୋକଙ୍କୁ ସ୍ୱାସ୍ଥ୍ୟ ଓ ଅନ୍ୟ ସେବା ଯୋଗାଇ ଦେବାର ପ୍ରୟାସ କରାଯିବ ବୋଲି ସମ୍ପାଦକ ବିଜୟ କୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଦେବା ଅବସରରେ ପ୍ରକାଶ କରିଥିଲେ। ଫୁଲବାଣୀ ବାହାରୁ ଆସିଥିବା ବିଭିନ୍ନ କ୍ଲବର ରୋଟାରୀଆନ୍‌ଙ୍କ ପାଇଁ ଏକ ସ୍ୱତନ୍ତ୍ର ଟି ସାର୍ଟ ଉନ୍ମୋଚନ ସହ ଫୁଲବାଣୀ ରୋଟାରୀ ସେବା ଟ୍ରଷ୍ଟ ଭବନର ଉଦ୍‌ଘାଟନ କରି ଅତିଥିମାନେ ଫୁଲବାଣୀ ରୋଟାରୀ କ୍ଲବ୍‌ ସଦସ୍ୟଙ୍କ ପ୍ରୟାସର ପ୍ରଶଂସା କରିଥିଲେ। ଏହି ଅବସରରେ ଚଳିତ ବର୍ଷ ସଦସ୍ୟତା ଗ୍ରହଣ କରିଥିବା ୧୩ ଜଣ ନୂତନ ସଦସ୍ୟଙ୍କୁ ଗଭର୍ଣର ଶପଥପାଠ କରାଇଥିଲେ। ସଭାପତି ବିପ୍ର ଚରଣ ପାତ୍ର ଆଗାମୀ ଦିନରେ ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ଏକ ଦୁଇ ଦିନିଆ ଜିଲ୍ଲା ସେମିନାର୍‌ ପାଇଁ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରି କରାଯିବା ପାଇଁ ପ୍ରୟାସ କରାଯିବ ବୋଲି ରୋଟାରୀ ଗଭର୍ଣ୍ଣର ସୂଚନା ଦେଇଥିଲେ।

hiranchal ad1
Leave A Reply

Your email address will not be published.

11 + three =