କରୋନା ଭୟର କରୁଣ ପରିଣତି, ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲାନି : ମେଡିକାଲ ବାରଣ୍ଡାରେ ମହିଳାଙ୍କ ପ୍ରସବ, ନବଜାତ ଶିଶୁପୁତ୍ର ମୃତ

0 268

ଦାରିଙ୍ଗବାଡ଼ି,୨୯ା୮: ରାଜ୍ୟରେ କରୋନା କଟକଣା ଯୋଗୁଁ ଡାକ୍ତରଖାନା ଗୁଡ଼ିକରେ ଅନ୍ୟ ଗୁରୁତର ରୋଗୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଯେପରି କୌଣସି ଅବହେଳା ନହୁଏ ସେଥିପାଇଁ ରାଜ୍ୟ ସରକାର ବିଭାଗୀୟ ଅଧିକାରୀ ଓ ଡାକ୍ତରଖାନାର ଅଧିକାରୀମାନଙ୍କୁ ଏଥିପ୍ରତି ସର୍ତକ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କିଛି ସ୍ଥାନରେ ସେଥିରେ ବ୍ୟତିକ୍ରମ ହେଉଛି । କୋଭିଡ୍ କଟକଣା ଆଳରେ କିଛି ସ୍ଥାନରେ ଡାକ୍ତରଖାନାରେ ଭର୍ତି ହୋଇ ଚିକିତ୍ସାପୁର୍ବରୁ କରୋନା ଟେଷ୍ଟିଂ ରିପୋର୍ଟ ଆଣିବାକୁ କୁହାଯାଉଛି । ଯାହାଫଳରେ ଗୁରୁତର ରୋଗୀଙ୍କର ଅବସ୍ଥା ଅଧିକା ଗୁରୁତର ହେଉଛି କେଉଁଠି ଗୁରୁତର ରୋଗୀଙ୍କ ମୃତ୍ୟ ମଧ୍ୟ ଘଟୁଛି । ସେହିଭଳି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ । କରୋନା ଟେଷ୍ଟିଂ ରିପୋର୍ଟ ନଥିବା କାରଣରୁ କରୋନା ଭୟରେ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇନଥିବା ବେଳେ ମହିଳାଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନା ବାରଣ୍ଡାରେ ପ୍ରସବ କରିଥିବା ବେଳେ ଚିିକିତ୍ସା ଅବହେଳାରୁ ନବଜାତ ଶିଶୁଟିର ମୃତ୍ୟ ଘଟିଛି । ଶିଶୁଟିର ମୃତ୍ୟ ଘଟିଥିବା ବେଳେ ପ୍ରସବ ପରେ ମହିଳାଜଣଙ୍କର ଅବସ୍ଥା ଗୁରତର ହେବାରୁ ଡାଙ୍କୁ ଅନ୍ୟଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଗତକାଲି ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଂଚାୟତ ପାଡାନକେତା ଗ୍ରାମର ଆଶିଷ ପ୍ରଧାନଙ୍କ ପତ୍ନୀ ଜସ୍ମୀନ ପ୍ରଧାନ ପ୍ରସବ ଯନ୍ତ୍ରଣା ହେବାରୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ତେବେ ଗର୍ଭବତୀ ଥିବା ମହିଳାଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତି କରାଯିବ ବୋଲି ଡାକ୍ତରଖାନା ତରଫରୁ କୁହାଯାଇଥିଲା । ଯାହାଫଳରେ ମହିଳା ଜଣକ ଡାକ୍ତରଖାନା ର ବାରଣ୍ଡାରେ ସକାଳ ଠାରୁ ରହିଥିଲେ । ଅପରାହ୍ନ ପ୍ରାୟ ୧ଘଂଟା ସମୟରେ ମହିଳାଙ୍କର ଡାକ୍ତରଖାନା ବାରଣ୍ଡାରେ ମହିଳାଙ୍କର ପ୍ରବଳ ମାତ୍ରାରେ ପ୍ରସବ ଯନ୍ତ୍ରଣା ହେବାରୁ ମହିଳାଜଣକ ଡାକ୍ତରଖାନାର ବାରଣ୍ଡାରେ ପ୍ରସବ କରିଥିଲେ । କିନ୍ତୁ ସେହି ସମୟରେ ମଧ୍ୟ ଡାକ୍ତରଖାନାର କୌଣସି କର୍ମଚାରୀ ତାଙ୍କ ନିକଟକୁ ଆସିନଥିଲେ । ଗୁରୁତର ଅବସ୍ଥାରେ ଡାକ୍ତରଖାନା ବାରଣ୍ଡାରେ ଏକ ଶିଶୁ ପୁତ୍ର ପ୍ରସବ କରିଥିବା ବେଳେ ଚିକିତ୍ସା ଅବହେଳାରୁ ପ୍ରସବର କିଛି ସମୟ ପରେ ସେହି ଠାରେ ହିଁ ଆଖି ବୁଜିଦେଇଥିଲା । ଅନ୍ୟପକ୍ଷରେ ପ୍ରସବପରେ ମହିଳାଜଣଙ୍କର ଅବସ୍ଥା ଗୁରୁତର ହେବାରୁ ପରବର୍ତ୍ତୀ ସମୟରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆଶିଷଙ୍କ ପରିବାର ଲୋକେ ଚିକିତ୍ସା ଅବହେଳାରୁ ତାଙ୍କର ନବଜାତ ଶିଶୁଟିର ମୃତ୍ୟ ଘଟିଛି ବୋଲି ଅଭିଯୋଗ ଆଣିଥିବାବେଳେ ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିବା ବେଳେ କୌଣସି ଉତ୍ତର ମିଳିନଥିବା ବେଳେ ଡାକ୍ତରଖାନା ତରଫରୁ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଅନ୍ୟପକ୍ଷରେ ଜସ୍ମୀନଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି । କରୋନା କଟକଣା ନାଁ ରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଏହିଭଳି ଅବହେଳା ଯୋଗୁଁ ଏକ ଜଣେ ନବଜାତ ଶିଶୁପୁତ୍ରର ଜୀବନ ଚାଲିଗଲା ବୋଲି ଦାରିଙ୍ଗବାଡ଼ି ଅଂଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

sixteen − three =