ଲୁଟିନେଲେ ୧୨ଲକ୍ଷ ଟଙ୍କାର ସୁନାଗହଣା

0 65

ସୋର : ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ୧୨ ଲକ୍ଷ ଟଙ୍କାର ସୁନା-ରୂପା ଗହଣା ଓ ନଗଦ ୭୫ ହଜାର ଟଙ୍କା ଚୋରୀ । ସୋର ଥାନା ଇଟୁଆ ଗ୍ରାମର ଓସିଏଲର ଅବସରପ୍ରାପ୍ତ ପରିଚାଳକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ଘରୁ ଝରକା ଭାଙ୍ଗି ଚୋରୀ ହୋଇଛି । ସୋର ପୋଲିସର ତଦନ୍ତ ଜାରି ରଖିଛି ।ଗତ ୫ ତାରିଖରେ ସୋର ଥାନା ଇଟୁଆ ଗ୍ରାମର ବିରଞ୍ଚି ମହାନ୍ତି ପରିବାର ସହ ଜଳେଶ୍ବରର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରି ଦେଖିଲେ ତାଙ୍କ ଶୋଇବା ଘର ଝରକା ଭାଙ୍ଗି ଚୋରମାନେ ଘରେ ପଶି ଲୁହା ଆଲମିରା ଭାଙ୍ଗି ୨ ଶହ ଗ୍ରାମର ସୁନା ଗହଣା ହାର ୧ଟି, କାନଫୁଲ ୭ ହଳ, ବାହୁଟି ୨ହଳ, ମୁଦି ୩୧ଟି, ପଦକ ୬ଟି ଓ ରୁପା ୬ଶହ ୫୦ ଗ୍ରାମ ଓ  ନଗଦ ୭୫ ହଜାର ଟଙ୍କା ଚୋରି ହୋଇଯାଇଛି । ଖବର ପାଇ ସୋର ପୋଲିସ ତଦନ୍ତ ଜାରି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

six + 6 =