ନବରାତ୍ରୀର ତୃତୀୟ ଦିନରେ ମାତା ସୁରେଶ୍ୱରୀଙ୍କ ଷୋଡ଼ଶୀ ବେଶ

0 134

ସୁବର୍ଣ୍ଣପୁର: ଆଜି ନବରାତ୍ରୀର ତୃତୀୟ ଦିବସରେ ମାଁ ସୁରେଶ୍ୱରୀ ଷୋଡ଼ଶୀ (ତ୍ରିପୁରା ସୁନ୍ଦରୀ) ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ମାତାଙ୍କ ଏହି ରୂପରେ ଅତ୍ୟନ୍ତ ଶାନ୍ତସ୍ୱରୂପ ଯୋଗୁଁ ଭୟମୁକ୍ତ ହୋଇ ଭକ୍ତବୃନ୍ଦ ମାଆଙ୍କ ପାଖକୁ କୃପାଭିକ୍ଷା ସକାଶେ ପ୍ରାର୍ଥନା ଓ ପୂଜାର୍ଚ୍ଚନା ସକାଶେ ଆସୁଥିବା ଦେଖିବାକୁ ମିଳିଛି । ଏହି ରୂପରେ ମାଆଙ୍କୁ ଦର୍ଶନ କରିବାଦ୍ୱାରା ମନରେ ଅପାର ଆତ୍ମସନ୍ତୋଷ ସହ ମନୋବାଂଛିତ ଆଶା ଓ ଆକାଂକ୍ଷା ପୂରଣ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଅଛି । ପୌରାଣିକକଥା ଅନୁଯାୟୀ ଭଣ୍ଡାସୁର ନାମକ ଅସୁରର ଅତ୍ୟାଚାର ଓ ଦୌରାତ୍ମ୍ୟରୁ ରକ୍ଷା ସକାଶେ ଦେବରାଜ ଇନ୍ଦ୍ର ମଧ୍ୟ ମାତା ତ୍ରିପୁରା ସୁନ୍ଦରୀଙ୍କ ଆରାଧନା କରିଥିବା ଜଣାଯାଏ ।ଉକ୍ତ ସମୟରେ
ମାତା ଭଣ୍ଡାସୁରକୁ ବଧକରି ଦେବତାମାନଙ୍କୁ ଭୟମୁକ୍ତ କରିଥିଲେ ।
ସେଥିପାଇଁ ନବରାତ୍ରୀ ସମୟରେ ମାଆଙ୍କ ଏହି ଶାନ୍ତ ସ୍ୱରୂପକୁ ଆରାଧନା ଓ ପୂଜାର୍ଚ୍ଚନା କରିବା ଦ୍ୱାରା ଭୟମୁକ୍ତ ଜୀବନ ମିଳିପାରିଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ଏପରି ଦୁର୍ଲଭ ବେଶ ସବୁକୁ ସ୍ୱଚକ୍ଷୁରେ ଦର୍ଶନ କରି ଭକ୍ତମାନେ ବିମୋହିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।

hiranchal ad1
Leave A Reply

Your email address will not be published.

2 − 1 =