ମହାନଦୀରେ କୁମ୍ଭୀର ଆତଙ୍କ, ଗାଁ ଗାଁ ବୁଲି ସଚେତନତା କଲା ବନ ବିଭାଗ

0 752

ଗଣିଆ: ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ତରଫରୁ ମହାନଦୀରେ କୁମ୍ଭୀର ଆତଙ୍କ ଆଶଙ୍କା ନେଇ ଲୋକଙ୍କୁ ସତର୍କ କରିବା ପାଇଁ ଗାଁ ଗାଁ ବୁଲି ସଚେତନତା କରାଯାଇଛି । ଚଳିତ ବର୍ଷା ଋତୁରେ ମହାନଦୀରେ ଗୋଳିପାଣିରେ ସାତକୋଶିଆ ଗଣ୍ଡ ଅଞ୍ଚଳରୁ ତଳିଆ ଅଞ୍ଚଳକୁ କୁମ୍ଭୀର ଆସୁଥିବା ଅନୁମାନ କରାଯାଉଛି । ଏନେଇ ସୋମବାର ଦିନ ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ମୌସୁମୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବନପାଳ ସଞ୍ଜୟ କୁମାର ରାଉତ ଓ ବନକର୍ମଚାରୀମାନେ କୁତୁରୀ, ବଡମୂଳ, ମାଳିସାହି, ବେଠିଆସାହି, କନ୍ଧଜିଲିଣ୍ଡା, ଛାମୁଣ୍ଡିଆ, ବେଣ୍ଟାପଡା ଆଦି ମହାନଦୀ କୁଳିଆ ଗ୍ରାମ ମାନଙ୍କରେ ଡାକବାଜି ଯନ୍ତ୍ର ଦ୍ୱାରା ମହାନଦୀକୁ ଗାଧୋଇବା ଓ ଶୌଚ କରିବା ପାଇଁ ନ ଯିବାପାଇଁ ଲୋକମାନଙ୍କୁ ସଚେତନ କରିଥିଲେ । ସୂଚନା ଥାଉକି ବାନ୍ୟାଜଳ ଓ ଗୋଳିପାଣି ଆସିଥିବା ବେଳେ ନଦୀ ମଝିରେ ପ୍ରଖର ସ୍ରୋତ ହେତୁ କୁମ୍ଭୀରମାନେ ନଦୀକୂଳ ଓ ନାଳ ମୁହାଣ ପାଖକୁ ଚାଲିଆସିଥାନ୍ତି ।

hiranchal ad1
Leave A Reply

Your email address will not be published.

9 − three =