ଉଛୁଳୁଛି ମହାନଦୀ, ସତର୍କ ସୂଚନା ଜାରି କଲା ପ୍ରଶାସନ

0 2,100

ବୌଦ୍ଧ – ଚଳିତ ବର୍ଷାରୁତୁରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ତଥା ହୀରାକୂଦ ଜଳ ଭଣ୍ଡାରରରୁ ଜଳ ଛଡାଯିବା ଯୋଗୁଁ ମହାନଦୀର ଜଳସ୍ତର ତଥା ସ୍ରୋତର ବେଗ ବୃଦ୍ଧି ପାଇବାରେ ଲାଗିଛି I ଏହି ସମୟ ମଧ୍ୟରେ ନଦୀରେ ଯାତାୟତ କରିବା ବିପଦଜନକ ଅଟେ I ଏଣୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ବୌଦ୍ଧଗଡ ତଥା ବୌଦ୍ଧ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଇଦିଆ ଦିଆଯାଇଛି ଯେ, ସେମାନେ ଏହି ସମୟରେ ନଦୀରେ ଯିବା ଆସିବା କରିବେ ନାହିଁ I

hiring

ଏଣୁକରି ସହରର ତଳି ଅଞ୍ଚଳରେ ବସବାସ କରୁଥିବା ବ୍ୟକ୍ତିବିଶେଷ ମତ୍ସ୍ୟଜିବୀ ଓ ଜନସାଧାରଣଙ୍କୁ ଏହି ସମୟରେ ନଦୀମୁହଁକୁ ନଯିବା ନିମନ୍ତେ ବାରଣ କରାଯାଇଛି | ବିଶେଷତଃ ମର୍ଜାକୁଦର ଜନସାଧାରଣଙ୍କୁ ସମ୍ପୁର୍ଣ୍ଣ ଯିବାଆସିବା ନିମନ୍ତେ ବାରଣ କରାଯାଇଛି l ଯେତେବେଳେ ବର୍ଷା କମିବ ଏବଂ ନଦୀର ସ୍ରୋତ ସ୍ୱଭାବିକ ଅବସ୍ଥାକୁ ଫେରିଆସିବ, ତାପରେ ଯାଇ ଜନସାଧାରଣ ଯାତାୟତ କରନ୍ତୁ ବୋଲି ପ୍ରଶାସନ ଅନୁରୋଧ କରିଛି | ଏ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି l

hiranchal ad1
Leave A Reply

Your email address will not be published.

2 + nine =