ହୀରାକୁଦରୁ ପ୍ରାୟ ୨.୫ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ ପରେ ମହାନଦୀ ଉଛୁଳୁଛି

0 130

ସମ୍ବଲପୁର,୨୭/୬ – ଆଜି ସକାଳ ୮ଟା ସମୟରେ ହୀରାକୁଦ ନଦୀବନ୍ଧରୁ ଏକାସାଙ୍ଗରେ ୧୫ଟି ସ୍ଲୁଇସଗେଟ ଖୋଲିବା ଫଳରେ ପ୍ରାୟ ୨.୫ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବାରୁ ମହାନଦୀ ଦୁଇକୂଳରେ ଉଛୁଳି ପଡୁଛି । ଏବର୍ଷ ଏପରି ପ୍ରଥମ ବନ୍ୟାଜଳର ପରି ଦୃଶ୍ୟ ଉପଭୋଗ କରିବାପାଇଁ ସ୍ଥାନେ ସ୍ଥନେ ଉତ୍ସୁକ ଜନସାଧାରଣ ଏକତ୍ରିତ ହେବା ଦେଖିବାକୁ ମିଳୁଛି । ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମାତ୍ରାଧିକ ପରିମାଣରେ ବନ୍ୟାଜଳ ଭିତରକୁ ପ୍ରବେଶ କରୁଛି, ଏଣୁ ଜଳସ୍ତରକୁ ନିୟନ୍ତ୍ରଣାଧୀନରେ ରଖିବାପାଇଁ ବିପୁଳ ପରିମାଣରେ ଜଳରାଶି ମହାନଦୀରେ ପ୍ରବାହିତ କରାଯାଉଛି । ଆଜିକାର ସ୍ଥିତି ବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୧୫.୬୫ଫୁଟ ଥିଲା ଓ ସେତେବେଳେ ଜଳଭଣ୍ଡାର ଭିତରକୁ ୮୮.୨୯୬ କ୍ୟୁସେକ ବନ୍ୟାଜଳ ପ୍ରବେଶ କରିବା ସହିତ ଦକ୍ଷିଣପଟର ୧୦ଟି ଓ ବାମପଟର ୫ଟି ସ୍ଲୁଇସଗେଟ ଜରିଆରେ ଦୁଇଲକ୍ଷ ୪୭ହଜାର ୩୨୬ କ୍ୟୁସେକ ଜଳରାଶି ନିଷ୍କାସିତ ହେଉଥିଲା । ଏହାର ପ୍ରାୟ ଦୁଇ ଘଣ୍ଟା ପୂର୍ବେ ସକାଳ ୬ଟା ସମୟରେ ଏହାର ଜଳସ୍ତର ୬୧୫.୮୩ଫୁଟ ସହିତ ଜଳଭଣ୍ଡାର ଭିତରକୁ ୮୧ହଜାର ୨୨୪ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିଲା ଓ ୧୨ଟି ସ୍ଲୁଇସଗେଟ ଜରିଆରେ ମାତ୍ର ୨ଲକ୍ଷ ୩୯୭ କ୍ୟୁସେକ ଜଳରାଶି ନିଷ୍କାସିତ ହେବାର ରେକର୍ଡ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

18 + 16 =