ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳଙ୍କ ମାହାଙ୍ଗା ଗ୍ରସ୍ତ

0 71

ମାହାଙ୍ଗା: ଆରଡିସି ଅନିଲ ସାମଲ ଏବଂ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମାହାଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ପହଂଚି ଥିଲେ। ସେମାନେ ଭଦ୍ରେଶ୍ୱର ସରକାରୀ ମେଡିକାଲ, ବୀରଭଦ୍ରେଶ୍ୱର ମନ୍ଦିର ବୁଲି ଦେଖିବା ସହ ଝଡେଶ୍ୱରପୁର ଏବଂ ଭଗବତୀ ବିଦ୍ୟାପୀଠରେ ପହଂଚି ୫ ଟି କାର୍ଯ୍ୟର ସମୀକ୍ଷା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରତାପ ବେହୁରା, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଅନିଲ ଛୋଟରାୟ, ଏବଂ ଏମାନଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ ମାହାଙ୍ଗା ବ୍ଲକ ଅଞ୍ଚଳ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିବା ଦେଖିବାକୁ ମିଳିଥିଲା ।
ପ୍ରଥମେ ଏହି ପ୍ରତିନିଧି ଦଳ ପୁରାତନ ଶିକ୍ଷାନୁଷ୍ଠାନ ଝାଡଡେଶ୍ୱରପୁର ଉଚ୍ଚ଼ବିଦ୍ୟାଳୟକୁ ଯାଇ ୫ଟି ଯୋଜନାରେ ହେଉଥିବା ରୂପାନ୍ତରିତ କାର୍ଯ୍ୟର ଅନୁଧ୍ୟାନ କରିବା ସହ ବିଦ୍ୟାଳୟରେ ନୂତନ ଭାବେ ନିର୍ମାଣ କରା ଯାଇଥିବା ବଗିଚା, ପ୍ରମୋଦ ଉଦ୍ୟାନ, ଇ-ଲାଇବ୍ରେରୀ, ସ୍ମାର୍ଟ ଶ୍ରେଣୀ ଗୃହ ଆଦି ପରିଦର୍ଶନ କରିଥିଲେ ।
ଏହାପରେ ପୁରାତନ ଶୈବପୀଠ ଶ୍ରୀଶ୍ରୀ ବୀରଭଦ୍ରେଶ୍ୱର ମନ୍ଦିରକୁ ପରିଦର୍ଶନରେ ଯାଇ ମନ୍ଦିର ପରିସରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ହେଉଥିବା ପୁନଃରୁଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ପରେ ଭଦ୍‌ରେଶ୍ୱର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଯାଇ ପରିଦର୍ଶନ କରିବା ସହ ଭିତିଭୂମି ବିକାଶ ଓ ମେଡିକାଲ ଗୃହ ନିର୍ମାଣ ଏବଂ ଭଦ୍‌ରେଶ୍ୱର ଫାଣ୍ଡି କିପରି ଥାନାର ମାନ୍ୟତା ପାଇ ପାରିବ ସେ ସମ୍ପର୍କରେ ଆଲୋଚନ କରିଥିଲେ ।
ଶେଷରେ ଆରଡିସି ଶ୍ରୀ ସାମଲ ଶୁକ୍ଳେଶ୍ୱର ଭଗବତୀ ଭଗବତୀ ବିଦ୍ୟାପୀଠକୁ ସରକାରୀ ପ୍ରତିନିଧିଙ୍କ ସହିତ ଯାଇ ସେଠାରେ ବିଦ୍ୟାଳୟର ୫ଟି ଯୋଜନାରେ ହେଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।
ପ୍ରେକ୍ଷାଳୟ ଓ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ ଶେଷ କରିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନ କରିଥିଲେ ।
ଏଥିରେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ବିଡ଼ିଓ ନିହାରରଞ୍ଜନ ମଲିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡା, ଯନ୍ତ୍ରୀ ସୁଶାନ୍ତ ମଲିକପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 + 10 =