ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା, ବନବାସ ଓ ଶ୍ରୀରାମ-ଭରତ ମିଳନ ମଞ୍ଚସ୍ଥ

0 84

ଦଶପଲ୍ଲା : ମହାବୀରକ୍ଷେତ୍ର ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ୪ର୍ଥ ଦିବସ ଖୁବ୍‌ ମନୋମୁଗ୍ଧକର ତଥା ହୃଦୟସ୍ପର୍ଶୀ, କରୁଣ ରସ ଓ ଭକ୍ତି ରସର ଏହି ମଧୁର ସମନ୍ୱୟ । ଦିନ ବେଳେ ଶ୍ରୀ ଶ୍ରୀ ରଘୁନାଥଙ୍କ ମନ୍ଦିରରେ ଶ୍ରୀରାମ ବନବାସ ରୀତିନୀତି ଅନୁଷ୍ଠିତ ହୁଏ । ରାତିରେ ମୁଖ୍ୟ ମଂଚରେ ଲୀଳା ଅଭିନୟ ଅନୁଯାୟୀ ପ୍ରଥମେ ରାଜା ଦଶରଥ ଆପଣାର ପାରିଷଦ ବର୍ଗଙ୍କ ମତାମତ ନେଇ ରାମଚନ୍ଦ୍ରଙ୍କୁ ଯୁବରାଜ ଭାବରେ ଅଭିଷେକ କରିବାକୁ ମନସ୍ଥ କରନ୍ତି ।

hiring

ସାରା ରାଜ୍ୟରେ ଏକ ରୋମାଂଚକ ତଥା ମଧୁର ବାତାବରଣ ଖେଳିଯାଏ ମାତ୍ର ଏତିକିବେଳେ ମହାରାଣୀ କୈକେୟୀଙ୍କ ଦାସୀ ମନ୍ଥରା ଏକ ଚକ୍ରାନ୍ତ କରି ଭରତଙ୍କୁ ରାଜା କରିବା ପାଇଁ । ପୂର୍ବେ ଶନିଶ୍ଚର ଯୁଦ୍ଧ ବେଳେ ମହାରଣୀ କୈକେୟୀ ଦଶରଥଙ୍କ ସହାୟତା କରି ଦୁଇଟି ବର ପ୍ରାପ୍ତ କରାଇଥିଲେ । ସେହି ବରରେ କୈକେୟୀ ଭରତଙ୍କୁ ରାଜା କରିବେ ଓ ଶ୍ରୀରାମଙ୍କୁ ବନବାସୀ କରିବାକୁ ପଠାଇଲେ । ପୁତ୍ର ମୋହରେ ମୋହଗ୍ରସ୍ତ ହୋଇ ମହାରାଣୀ ରାଜା ଦଶରଥଙ୍କୁ ସତ୍ୟ କରାଇ ଦୁଇଟି ବର ତତକ୍ଷଣାତ୍‌ ମାଗିନେଲେ । ପ୍ରଥମ ବରରେ ଭରତ ରାଜା ହେବ ଓ ଦ୍ୱିତୀୟ ବରରେ ରାମଚନ୍ଦ୍ର ୧୪ବର୍ଷ ବନବାସ କରିବେ । ମହାରାଜା ଦଶରଥ ଏହାଶୁଣି ମର୍ମାହତ ହୁଅନ୍ତି । ମାତ୍ର ରାମଚନ୍ଦ୍ର ଏକଥା ସ୍ୱୀକାର କରି ସ୍ୱଇଛାରେ ବନଗମନ ପାଇଁ ବାହାରି ପଡନ୍ତି । ପତିବ୍ରତା ସୀତା ମଧ୍ୟ ବନଗମନ କରନ୍ତି । ମାତାଙ୍କ ଆଦେଶରେ ଅନୁଜ ଲକ୍ଷ୍ମଣ ମଧ୍ୟ ବନଗମନ କରନ୍ତି । ଏତେବଡ଼ ଦୁଃଖକୁ ରାଜା ଦଶରଥ ସହ୍ୟ କରିପାରନ୍ତି ନାହିଁ । ଶେଷରେ ହା ରାମ ହାରାମ ଚିତ୍କାର କରି ସେ ପ୍ରାଣତ୍ୟାଗ କରନ୍ତି । ସେତେବେଳେ ଯୁବରାଜ ଭରତ ଓ ଶତ୍ରୁଘ୍ନ ମାମୁଁଘରେ ଥାଆନ୍ତି । ବାରତା ପାଇଁ ନଅରକୁ ପ୍ରତ୍ୟାବର୍ତ୍ତନ କରି ଦୁଃଖରେ ଭାଙ୍ଗି ପଡ଼ନ୍ତି ଓ ମନ୍ଥରାକୁ ଦଣ୍ଡ ଦିଅନ୍ତି । ଶେଷରେ ପିତୃକାର୍ଯ୍ୟ ଶୁଦ୍ଧିକ୍ରିୟା ସମାପନପରେ ଚତୁରାଙ୍ଗ ବଳନେଇ ଚିତ୍ରକୁଟ ଗମନ କରନ୍ତି । ଶ୍ରୀରାମଙ୍କୁ ଫେରାଇ ଆଣିବା ପାଇଁ ଚିତ୍ରକୁଟରେ ଶ୍ରୀରାମ ଭରତ ମିଳନ ହୁଏ ।

ମାତ୍ର ଶ୍ରୀରାମ ପ୍ରତ୍ୟାବର୍ତ୍ତନ କରିବାକୁ ମନାକରନ୍ତି । ଭରତ ଶ୍ରୀରାମଙ୍କ କଠାଉ ନେଇ ଫେରିଆସନ୍ତି ଓ କଠାଉକୁ ସିଂହାସନରେ ବସାଇ ନିଜେ ସନ୍ୟାସୀ ପରି ନନ୍ଦିଗ୍ରାମରେ ରହି ରାଜ୍ୟଭାର ଦେଖାଶୁଣା କରନ୍ତି । ଆଜିର ନୀଳାଭିନୟର ଦୃଶ୍ୟ ଗୁଡ଼ିକ ବାସ୍ତବିକ୍‌ ଭକ୍ତ ଓ ଦର୍ଶକ ମନକୁ ଆନ୍ଦୋଳିତ କଲାଭଳି ଜୀବନ୍ତ ଏବଂ ହୃଦୟସ୍ପର୍ଶୀ ହୋଇଥିଲା ।

hiranchal ad1
Leave A Reply

Your email address will not be published.

20 − five =