ମମିତାଙ୍କ ପରିବାରକୁ ଭେଟିଲେ କେନ୍ଦ୍ରୀୟ କଂଗ୍ରେସ ନେତା

0 108

ବଲାଙ୍ଗୀରି : ଏଆଇସିସି ଜେନେରାଲ ସେକ୍ରେଟାରୀ ରଣଦୀପ ସୁରଜେୱାଲା, ଓଡିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଅନ୍ୟ ତୁଙ୍ଗ କଂଗ୍ରେସ ବିଧାୟକଙ୍କୁ ନେଇ କଂଗ୍ରେସ ପ୍ରତିନିଧି ଦଳ ମୃତ ମମିତା ମେହେରଙ୍କ ଘରେ ପହଞ୍ଚିଥିଲା । ମୃତକ ପରିବାରକୁ ସମବେଦନା ଜଣାଇ ମମିତାଙ୍କୁ ନ୍ୟାୟ ନ ମିଳିବା ଯାଏ କଂଗ୍ରେସ ଦଳ ଏ ଲଢେଇ ଜାରୀ ରଖିବ ବୋଲି ଘୋଷଣା କରିଛି । ମମିତାଙ୍କ ମାଙ୍କ ଚିକିତ୍ସା ଖର୍ଚ୍ଚ ଓ ଦାୟିତ୍ୱ ଦଳ ବହନ କରିବା ସହିତ ପରିବାରକୁ ଏକ କୋଟି ରାଶି ସହାୟତା ତଥା ଜଣକୁ ସରକାରୀ ଚାକିରୀ ଦେବା ପାଇଁ ଏହି ଅବସରରେ ଦାବି କରିଛି କଂଗ୍ରେସ ପ୍ରତିନିଧି ଦଳ ।

hiring

ସେହିପରି ଘଟଣାର ଏସଆଇଟି ତଦନ୍ତ,ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ନା ରେ ହତ୍ୟା ଷଡଯନ୍ତ୍ର ମାମଲା ରୁଜୁ ଓ ମନ୍ତ୍ରୀଙ୍କୁ ବରଖାସ୍ତ ଦାବୀ କରିଛି । ଜଗନ୍ନାଥଙ୍କ ରାଇଜରେ ମହିଳାମାନେ ଅସୁରକ୍ଷିତ ଓ ରାଜ୍ୟ ସରକାର ଏଇଥିପାଇଁ ଦାୟୀ ବୋଲି ମତ ଦେଇଛନ୍ତି ଉପସ୍ଥିତ ପ୍ରତିନିଧି । ମମିତାଙ୍କ ପରିବାର ନ୍ୟାୟ ପାଇବା ଯାଏ ଲଢେଇ ହେବ । ଆବଶ୍ୟକ ପଡିଲେ ପୁଣି କଳା କୋଟ ପିନ୍ଧିବି ବୋଲି ଦୋହରାଇଥିଲେ ନରସିଂହ ମିଶ୍ର ।

hiranchal ad1
Leave A Reply

Your email address will not be published.

3 × three =