ମମିତା ମେହେର ହତ୍ୟାକାଣ୍ଡ, ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ବିଜେପି ନାରୀ ନେତ୍ରୀ

0 59

ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି । ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳର ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ନାରୀ ନେତ୍ରୀ । ଏହା ଏକ ନିର୍ମମ ହତ୍ୟା । ମମିତା ସନସାଇନ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ । ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଷଡ଼ଯନ୍ତ୍ର ହୋଇଛି । ଗୋବିନ୍ଦ ସାହୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ । ଦିବ୍ୟଶଙ୍କର ନିୟମିତ ଭାବେ ସ୍କୁଲକୁ ଯାଉଥିଲେ । ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ । ଗୋବିନ୍ଦ ସାହୁ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି । ଗୋବିନ୍ଦ ସାହୁ ୪ ଦିନ ପୋଲିସ ହେପାଜତରେ ରହିବା ପରେ ଫେରାର ହୋଇଗଲେ । ଗୋବିନ୍ଦ ସାହୁ ସ୍ୱୀକାର କରିଛି ଯେ ମମିତା ତାଙ୍କର ଗୁମର ଖୋଲିବା ପାଇଁ ଧମକ ଦେଇଥିଲେ । ଅଭିଯୁକ୍ତ ଗୃହମନ୍ତ୍ରୀଙ୍କ ପ୍ରତିନିଧି ଏବଂ ତାଙ୍କ ନିର୍ବାଚନ ମଣ୍ଡଳୀରେ ପତିଆରା ହାସଲ କରିଥିବା ବିଜେପି ଅଭିଯୋଗ କରିଛି । ଏଭଳି ପରିସ୍ଥିତିରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିଜେପି । ରାଜ୍ୟ ସାରା ଲଗାତାର ଆନ୍ଦୋଳନ କରିଆସୁଛି । ନୈତିକତା ଦୃଷ୍ଟିରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଇସ୍ତଫା ଦେବା ଉଚିତ । ମା ମାଣିକେଶ୍ୱରୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ମନ୍ତ୍ରୀ ପଦ ଛାଡ଼ି ଦେବା ଉଚିତ । ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାନତୀ ଶ୍ରୀନିବାସନ, ସାଂସଦ ସୁନିତା ଦୁଗ୍ଗଲ, ବିଧାୟକ ରୂପା ମିତ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiring

hiranchal ad1
Leave A Reply

Your email address will not be published.

19 − six =