ଫୁଲବାଣୀ : ରାଜଧାନୀର ବହୁ ଚର୍ଚ୍ଚିତ ମର୍ଡର କେଶ୍ । ବରିଷ୍ଠ ସାମ୍ବାଦିକ ନବୀନ୍ ଦାସଙ୍କ ବଡ଼ ପୁଅ ତଥା ନିର୍ଭୟର ପରିଚାଳନା ସମ୍ପାଦକ ମନୀଷ ଅନୁରାଗ ହତ୍ୟା ମାମଲାରେ ଫୁଲବାଣୀ ଟାଉନ ଥାନା ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ୩ ଅଭିଯୁକ୍ତ ମଧ୍ଯରୁ ସାମ୍ବାଦିକ ହିମାଂଶୁ ବେହେରାଙ୍କୁ ପୋଲିସ ସୋମବାର ମଧ୍ୟ ରାତିରେ ଘର ଉପରେ ଚଢାଉ କରି ଥାନାକୁ ଆଣି ଅଟକ ରଖିଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତ କୁହାଯାଉଥିବା ଫୁଲବାଣୀ ସହରର ଅମଲାପଡାର ଦିନେଶ ମହାପାତ୍ର ଓ ପିଅନପଡା ଅଞ୍ଚଳର ମୃତ୍ୟୁଞ୍ଜୟ ମିଶ୍ର ଘଟଣା ପରଠୁ ଫେରାର୍ ହୋଇଯାଇଥିବା ବେଳେ ବୁଧୁବାର ସକାଳେ ଏହି ଦୁଇ ଜଣ ଟାଉନ ଥାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା କଥା ଫୁଲବାଣୀ ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ପୁଲିସ ଏମାନଙ୍କୁ ହାଇ ପ୍ରୋଫାଇଲ ମନୀଷ ହତ୍ୟା କାଣ୍ଡ ମାମଲାରେ ଏମାନଙ୍କ କେତେ ଦୂର ମାମଲରେ ସମ୍ପୃକ୍ତ ରହିଚି ସେ ନେଇ ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ଗତ ଶନିବାର ଭୁବନେଶ୍ବର ସ୍ଥିତ ସାଉଥ୍ ସିଟିବାର ଏଣ୍ଡ ରେଷ୍ଟୁରାଣ୍ଟରେ ଭୋଜି ଭାତ ପରେ ମନୀଷକୁ କୁଆଡେ ହତ୍ୟା କରାଯାଇ ପାତ୍ରପଡା ସ୍ଥିତ ଏକ ପୋଖରୀରେ ମନୀଷର ମୃତଦେହକୁ ଫୋପାଡି କୁଆଡେ ପଳେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଭୁବନେଶ୍ବର ସ୍ଥିତ ଇନଫ ସିଟି ଥାନାରେ ଏକ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି ।