ବାଲିଗୁଡା :ଗତକାଲି ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମ୍ବେରିକିଆ ଅଞ୍ଚଳରେ ସୁରକ୍ଷା କର୍ମୀ କୁମ୍ବିଂ ଅପରେସନ୍ କରୁଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଜବାନ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିବା ବେଳେ ଜଣେ ଡିଭିଏଫ୍ ଜବାନ ଆହାତ ହୋଇଥିଲେ।ଏହି ଘଟଣାରେ KKBN ମାଓ ସଙ୍ଗଠନର ଜଣେ ଡିଭିଜନାଲ୍ କମିଟି ମେମ୍ବରଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ମୃତ ମାଓବାଦୀ କେକେବିଏନ୍ ଡିଭିଜନର ଡିଭିଜନାଲ୍ କମିଟି ମେମ୍ବର ଦାସୁରୁ ବୋଲି ସୂଚନା ମିଳିଛି । ଦାସୁରୁକୁ ଧରାଇଦେଲେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ମିଳିବାନେଇ ଘୋଷଣା କରାଯାଇଥିଲା । ଏହି ମାଓବାଦୀଙ୍କ ନାମରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ହିଂସାକାଣ୍ଡରେ ରହିଛି ୨୦ଟି ମାମଲା । ଘଟଣାସ୍ଥଳରୁ ଗୋଟିଏ ୩୦୩ ରାଇଫଲ୍ ସମେତ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି ।
ଗୁରୁତର ଆହାତ ଡିଭିଏଫ୍ ଜବାନ୍ ଜିତେନ୍ଦ୍ର ନାୟକଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏବଂ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଜବାନ ଜିତେନ୍ଦ୍ର ନାୟକଙ୍କ ବାମ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି । ସେପଟେ ଘଟଣା ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
Sign in
Sign in
Recover your password.
A password will be e-mailed to you.