କାମରେ ଆସୁନି ଦୁଇ କୋଟି ଟଙ୍କାର ମାର୍କେଟ ୟାର୍ଡ

0 142

ସୁବର୍ଣ୍ଣପୁର: କେଉଁଠି ଭିତ୍ତିଭୂମିର ଅଭାବ ଯୋଗୁଁ କ୍ଷତି ସହୁଛନ୍ତି ଚାଷୀ ତ କେଉଁଠି ଭିତ୍ତିଭୂମି ଥାଇ ହେଉନି ବ୍ୟବହାର । ଚାଷୀଙ୍କ ପେଟରୁ କାଟି ସରକାର ଭିତ୍ତିଭୂମିର ବିକାଶ କରୁଥିବାବେଳେ ଚାଷୀ ଭିତ୍ତିଭୂମି ଅଭାବରୁ ନାହିଁ ନଥିବା କ୍ଷତି ସହୁଛି । ସରକାର ସବୁ ଦେଖି ଚୁପ ସାଜିଥିବାବେଳେ ସରକାରୀ ଅର୍ଥ ଆତ୍ମସାତ କରି ମାଲେମାଲ ହେଉଛନ୍ତି ଠିକାଦାର ଓ ବିଭାଗୀୟ ଅଧିକାରୀ । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଚାଷୀ । ଗେଟରେ ଝୁଲୁଛି ତାଲା । ଭିତରେ ଯାହାକୁ ଯେତେ ଘର ଦ୍ୱାର । ଚକାଚକ ବଡ ବଡ କୋଠା । ଲାଗିଛି ୱେଟ ବ୍ରିଜ । ତେବେ ଏହା ବ୍ୟବହାର ନହୋଇ ଭୁତ କୋଠି ପାଲଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିୟନ୍ତ୍ରୀତ ବଜାର କମିଟିର ବଡଖମାରଠାରେ ଥିବା ମାର୍କେଟ ୟାର୍ଡ । ଦୀର୍ଘ ୫ ବର୍ଷ ହେବ ଏହି ମାର୍କେଟ ୟାର୍ଡ ବନ୍ଦ ହୋଇ ପଡିଥିବାବେଳେ ଚାଷୀଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହୋଇଛି । ପ୍ରାୟ ଦୁଇ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଏହି ମାର୍କେଟ ୟାର୍ଡ ବ୍ୟବହାର ନହୋଇ କଳଙ୍କି ଲାଗିଗଲାଣି । ହେଲେ ପ୍ରଶାସନର ଦୃଷ୍ଟିରେ ପଡୁନ ଥିବା ଅଭିଯୋଗ ହୋଇଛି । ଭିତ୍ତି ଭୂମିର ଅଭାବ ଯୋଗୁଁ ବିଭିନ୍ନ ମଣ୍ଡିରେ ଭିଜୁଛି ଚାଷୀଙ୍କ ଧାନ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରିଥିବା ଉତ୍ପାଦିତ ଶସ୍ୟକୁ ବିକ୍ରୟ କରିବା ପାଇଁ ମଣ୍ଡିକୁ ନେଇଥିବାବେଳେ ଅଦିନିଆ ବର୍ଷାରେ ଭିଜୁଛି । ଫଳରେ ବ୍ୟାପକ କ୍ଷତି ସହୁଛି ଚାଷୀ । ସରକାର କେବଳ ଠିକାଦାର ପୋଷା ନିତିରେ କିଛି କାମ କରୁଥିବାବେଳେ ତାହା ଚାଷୀଙ୍କ ହିତରେ ଲାଗି ପାରୁନି । ଏନେଇ ଅଭିଯୋଗ କଲେ ବି ଚାଷୀଙ୍କ ପ୍ରତି କାହାରି ଦରଦ ନଥିବା କହିଛନ୍ତି ବିରୋଧୀ । ଫଳରେ ସରକାରୀ ଟଙ୍କାର ଅପବ୍ୟବହାର କରି ମାଲେମାଲ ହେଉଛନ୍ତି ବିଭାଗୀୟ ଅଧିକାରୀ ଓ ଠିକାଦାର ।
ସରକାରୀ ଅର୍ଥକୁ ଅପବ୍ୟବହାର କରି କେବଳ ଠିକାଦାର ପୋଶୁଛନ୍ତି ସରକାର । ଫଳରେ ବଦଳି ପାରୁନି ଚାଷୀଙ୍କ ଭାଗ୍ୟ । ଭିତ୍ତିଭୂମିର ଅଭାବରୁ ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତି ସହୁଛି ଚାଷୀ । ତେବେ ଚାଷୀଙ୍କ ଦୁଃଖ କେବେ ଶୁଣିବେ ସରକାର ଓ ଏହାର ପ୍ରତିକାର କେବେ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

one × three =