ସଂସଦ ଭବନରେ ସମ୍ବଲପୁରୀ ମାସ୍କ ପହଞ୍ଚିଲା

0 169

ସମ୍ବଲପୁର : ବର୍ତ୍ତମାନ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ମୁହଁ ରେ ମାସ୍କ ପରିଧାନ ଅନିବାର୍ଯ୍ୟ ହୋଇ ପଡିଛି । ଏହାର ସୁଯୋଗ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ୫୦୦ ରୁ ଉର୍ଦ୍ଧ୍ୱ ସମ୍ବଲପୁରୀ ମାସ୍କ ସଂଗ୍ରହ କରି ଲୋକସଭା ସଦନର ସମସ୍ତ ସଦସ୍ୟମାନଙ୍କୁ ପ୍ରଦାନ କରିଛନ୍ତି । ବୟନିକା ନିର୍ଦ୍ଦେଶକ ସଞ୍ଜୟ ମେହେରଙ୍କ ନିର୍ମିତ ସମ୍ବଲପୁରୀ ମାସ୍କ ଭରତ ବର୍ଷର ସମସ୍ତ ସାପ୍ସସଦମାନଙ୍କ ପାଖରେ ପହଞ୍ଚି ପାରିଛି । ସ୍ଥାନୀୟ ଉତ୍ପାଦିତ ସାମଗ୍ରୀର ପ୍ରଚାର ପ୍ରସାର ଦିଗରେ ଏହା ଏକ ସାର୍ଥକ ପଦକ୍ଷେପ ବୋଲି କହିବାସହ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ “ଲୋକାଲ ଫର ଭୋକାଲ’କୁ ଏହା ଚରିତାର୍ଥ କରୁଛି ।

hiring

ସମ୍ବଲପୁରୀ ବସ୍ତ୍ରର ବିଶ୍ୱ ଦରବାରରେ ଅନେକ ଚାହିଦା ଥିଲେ ମଧ୍ୟ ଆମ ଅଂଚଳର ପାରମ୍ପାରିକ ହସ୍ତତନ୍ତ ସାମଗ୍ରୀକୁ ମାସ୍କ ଭାବରେ ଭାରତ ବର୍ଷର ସର୍ବଶ୍ରେଷ୍ଠ ପଂଚାୟତ (ସଂସଦ)ରେ ପହଞ୍ଚାଇବା ସହିତ ଏହାର ପ୍ରଚାର ପ୍ରସାର ରୂପେ ଭାରତର କୋଣ ଅନୁକୋଣରେ ପହଞ୍ଚାଇଥିବା ପାଇଁ ମାନ୍ୟବର ସାଂସଦଙ୍କୁ ଅନେକ ଲୋକ ଏଠାରେ ଧନ୍ୟବାଦ ଜଣାଉଛନ୍ତି । ଏଥିପାଇଁ ଅନେକ ସାଂସଦଙ୍କର ମଧ୍ୟ କୃତଜ୍ଞତା ଜ୍ଞାପନ କରିବା ର ନଜିର ଦେଖିବାକୁ ମିଳୁଛି ଓ ଏହାଦ୍ୱାରା ସମଗ୍ର ଭାରତରେ ସମ୍ବଲପୁରୀ ମାସ୍କର ଚାହିଦା ବଢିବାର ଅନେକାଂଶରେ ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

ten + 4 =