ଏଠାରେ ମାସ୍କ ବାଧ୍ୟତାମୂଳକ, ନ ପିନ୍ଧିଲେ ଦେବାକୁ ପଡିବ ୫୦୦ଟଙ୍କା ଜରିମାନା

0 102

ନୂଆଦିଲ୍ଲୀ : ଦିଲ୍ଲୀରେ ବଢୁଥିବା କରୋନା ମାମଲା ମଧ୍ୟରେ ପୁଣି ଥରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ମାସ୍କ ନ ପିନ୍ଧିଲେ ଆପଣଙ୍କୁ ପୁଣି ଥରେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ । ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲା ରହିବ ।
ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶାରୀରିକ କ୍ଲାସ୍‌ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଉନ୍ନତ ପରିଚାଳନା ପାଇଁ ଏକ ନୂତନ ଗାଇଡଲାଇନ ଜାରି କରାଯିବ । କୌଣସି ସ୍ଥାନରେ ଲୋକଙ୍କ ସମାବେଶ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । କିନ୍ତୁ ସମସ୍ତ ପ୍ରକାରର ସମାବେଶ ଉପରେ ତୀକ୍ଷ୍‌ଣ ନଜର ରଖାଯିବ ।
ଆସନ୍ତା ୧୫ ଦିନ ପାଇଁ ଡାକ୍ତରଖାନାରେ ରୋଗୀମାନଙ୍କର ଆଡମିଶନ ଧାରା ଉପରେ ମଧ୍ୟ ନଜର ରଖାଯିବ । ଆରଟି- ପିସିଆର ପରୀକ୍ଷଣରେ ସଂକ୍ରମିତ ହୋଇଥିବା ସମସ୍ତ ନମୁନାଗୁଡ଼ିକର ଜେନୋମ ସିକ୍ୱେନ୍ସିଂ କରିବାକୁ ନିଷ୍ପତ୍ତି ହୋଇଛି । ଟେଷ୍ଟ ବୃଦ୍ଧି କରାଯିବ । ଲକ୍ଷଣ ଥିବା ସମସ୍ତ ଲୋକଙ୍କୁ ସ୍କ୍ରିନିଂ କରାଯିବ । ଅନ୍ୟପକ୍ଷରେ ଟୀକାକରଣ ମଧ୍ୟ ତ୍ୱରାନ୍ୱିତ ହେବ । ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡିତ ଲୋକଙ୍କୁ ଅଧିକ ନଜର ରଖାଯିବା

hiranchal ad1
Leave A Reply

Your email address will not be published.

three × 2 =