ଏମସିଏଲ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ୮ କୋଟି ୫୪ ଲକ୍ଷର ଏମଓୟୁ ସ୍ୱାକ୍ଷର

0 79

ଫୁଲବାଣୀ : ଏମସିଏଲ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ୮ କୋଟି ୫୪ ଲକ୍ଷର ଏମଓୟୁ ସ୍ୱାକ୍ଷର ହୋଇଛି । ଆରୋଗ୍ୟ ଯୋଜନାରେ ଏବଂ ଅନ୍ୟ ଏକ ଏମଓୟୁରେ ୧ କୋଟି ୭ ଲକ୍ଷ ବ୍ୟୟରେ ଜିଲ୍ଲାର ୪୭ ଟି ଅଙ୍ଗନବାଡି କେନ୍ଦ୍ରକୁ ସୋଲାର ପାଣି ପାଇପ ଓ ବିଜୁଳି ଯୋଗାଇବା ପାଇଁ ଖର୍ଚ୍ଚ କରିବେ ଜିଲ୍ଲା ପ୍ରଶାସନକନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏମସିଏଲର ଜେନେରାଲ ମ୍ୟାନେଜର ସିଏସ୍‌ଆର ରଜନୀକାନ୍ତ ପାଣିଗ୍ରାହୀ ଓ ଡେପୁଟି ମ୍ୟାନେଜର ସିଏସଆର ଅରବିନ୍ଦ ସାହୁ ଏବଂ କନ୍ଧମାଳ ଜିଲ୍ଲପାଳ ଆଶିଷ ଈଶ୍ୱର ପାଟିଲ ଓ ସିଡିଏମଓ କନ୍ଧମାଳ ମନୋଜ ଉପାଧ୍ୟାୟଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇ ଆରୋଗ୍ୟ ଯୋଜନାରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ମେଡିକାଲ ଯନ୍ତ୍ରପାତି ତଥା ଏକ୍ସରେ ମେସିନ, ରକ୍ତ ନମୁନା ପରୀକ୍ଷା ପାଇଁ ଯନ୍ତ୍ରପାତି ରକ୍ତ ସଂଗ୍ରହ ପାଇଁ ଭ୍ରମ୍ୟମାଣ ବସ ଆଦି କ୍ରୟ କରାଯିବ ଏବଂ ଜିଲ୍ଲାର ୪୭ ଟି ଅଙ୍ଗନବାଡିକୁ ସୋଲାର ମାଧ୍ୟମରେ ଜଳ ଓ ବିଜୁଳି ଯୋଗାଇଦେବା ପାଇଁ ଦୁଇ ପାକ୍ଷିକ ସ୍ୱାକ୍ଷର ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଡିପିଏମ ମନୋରଞ୍ଜନ ସାହୁ, ସୁତାର ବାବୁ, ଆପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ପ୍ରମୁଖଙ୍କ ସମେତ ଉପରସ୍ଥ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three + six =