ଭୁବନେଶ୍ୱର : ପିଲାମାନଙ୍କ ପାଇଁ ଖୁସି ଖବର । ଆସନ୍ତା ଏପ୍ରିଲ୍ ମାସରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଏମଡିଏମ ୟୁନିଟ୍ ନୋଡାଲ ଅଫିସର ଚିଠି ଲେଖିଛନ୍ତି । ସେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ଗାଇଡ୍ଲାଇନ୍ ସହ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ରହିଛି । ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍ । ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା । ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଟଙ୍କା ପ୍ରଦାନ କରାଯାଉଥିଲା । ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା । ଆଉ କିଛି ସ୍ଥାନରେ ଚାଉଳ ଓ ଡାଲି ବଣ୍ଟନ କରାଯାଉଥିଲା । ପିଲାମାନେ ଯେପରି ସ୍କୁଲରେ ଭୋକିଲା ନରହିବେ, ସେଥିପ୍ରତି ଧ୍ୟାନ ଦେଇ ରାଜ୍ୟ ସରକାର ପୁଣି ଥରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।