ନବରଙ୍ଗପୁରରେ ଜୀବନ ନିଷ୍ଠୁରତା ସମିତିର ବୈଠକ

0 63

ନବରଙ୍ଗପୁର: ନବରଙ୍ଗପୁର ଜୀବନେ ନିଷ୍ଠୁରତା ସମିତିର ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଡଃ କୋମଲ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୁଲା ଗାଈ ଗୋରୁ ଅସୁସ୍ଥ ଓ ଜରାଜୀର୍ଣ୍ଣ ପ୍ରାଣୀଙ୍କ ପ୍ରତି ହେଉଥିବା ନିଷ୍ଠୁରତା ନିରାକରଣ ଏବଂ ସେମାନଙ୍କ ଥଇଥାନ ନିମନ୍ତେ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଏଥି ନିମନ୍ତେ ଜିଲ୍ଲା ସ୍ତରରେ ପ୍ରାଣୀ ମଙ୍ଗଳ କାର୍ଯ୍ୟାବଳୀକୁ ସମିତି ମାଧ୍ୟମରେ ନେବା ତଥା ଗୋଶାଳା ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଥିବା ଜିଲ୍ଲାପାଳ ଡଃ ମିଶ୍ର ପ୍ରକାଶ କରିଥିଲେ । ଦିନକୁ ଦିନ ଲୋକମାନେ ସେମାନଙ୍କ ଗାଈ ଗୋରୁର ଘରେ ଯତ୍ନ ନ ନେବା, ଆବଶ୍ୟକତା ଠାରୁ ଅଧିକ ଗାଈ ଗୋରୁ ଟ୍ରକରେ ବୁହା ହେବା ଇତ୍ୟାଦି ପ୍ରତି ଉପସ୍ଥିତ ସମସ୍ତ ସଭ୍ୟ ଉଦବେଗ ପ୍ରକାଶ କରିଥିଲେ ।

hiring

ଗୋଶାଳା ପ୍ରତିଷ୍ଠା ଦ୍ୱାରା ଉପରୋକ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରମେଶ ସାହୁ ବୈଠକର ଆଭିମୁଖ୍ୟ ବର୍ଣ୍ଣନା କରିବା ସହ ସମିତିର ସହଯୋଗ କାମନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଗଙ୍ଗାଧର ରାଉଳ, ସୁନୀଲ ପ୍ରଧାନ, ସତ୍ୟପ୍ରିୟ ଦାସ ମଧ୍ୟ ଏହି ଉପଲକ୍ଷେ ଗଠିତ କମିଟି ଓ କାର୍ଯ୍ୟ ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପ ଜିଲ୍ଲାପାଳ, ଅକ୍ଷୟ ସୁନୀଲ ଅଗ୍ରୱାଲ, ଏସଡିପିଓ ଚନ୍ଦ୍ରଶେଖର ହୋତା,ସରୋଜ ରଥ, ଅଭିଳାଷ କୁମାର ନାୟକ, ସମୀର କୁମାର ପ୍ରଧାନ, ସର୍ବେଶ୍ୱର ପାତ୍ର, ରାକେଶ ଗୁପ୍ତା, ଶ୍ରୀଧର ସାମନ୍ତରାୟ, ରାମରାଓ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ଏବଂ ନୂତନ ସମିତି ଦ୍ୱାରା ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

thirteen − 8 =